ଏସସିବି ମେଡିକାଲରୁ ୧୪ ଶିଶୁ ନିଖୋଜ ଅଭିଯୋଗର ତଦନ୍ତ ଆରମ୍ଭ । ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପହଞ୍ଚିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର । ତାଙ୍କ ସହ ଦୁଇ ଜଣ ସଦସ୍ୟ ମନସ୍ମିତା ଖୁଣ୍ଟିଆ ଓ କସ୍ତୁରୀ ମିଶ୍ର ଉପସ୍ଥିତ ଅଛନ୍ତି । ନବଜାତ ଶିଶୁ କିପରି ନିଖୋଜ ହେଲେ, କଣ ରହିଥିଲା ଏହା ପଛର କାରଣ ଏବଂ ଏଥିପାଇଁ ଦାୟୀ କିଏ ? ସେ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଶିଶୁ ସୁରକ୍ଷା ଆୟୋଗ ଟିମ୍ ।
ଅନ୍ୟପଟେ କଟକ ଜିଲ୍ଲାପାଳ କହିଛନ୍ତି ଶିଶୁ ନିଖୋଜ ଘଟଣାରେ ଏସସିବି ଅଧିକ୍ଷକଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପ୍ରକ୍ରିୟା ଆଗକୁ ବଢ଼ିବ । ଅଧୀକ୍ଷକ ଘଟଣା ନେଇ କଣ ତଥ୍ୟ ରଖୁଛନ୍ତି ଦେଖିବା ପରେ ସି.ଡବ୍ଲ୍ୟୁ.ସି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ କମିଶନରେଟ ପୋଲିସ ମଧ୍ୟ ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ। ଗତ ୬ ବର୍ଷ ମଧ୍ୟରେ କଟକ ଏସସିବିରୁ ୧୪ ଜଣ ନବଜାତ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି ।
