Odia News Portal

ଭୁବନେଶ୍ୱରରେ ବିଜେପିର ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା

ମହିଳାଙ୍କ ପାଇଁ ବିଜେପିର ବିଜେପିର ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ଏହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏଁ ମଶାଲ ଶୋଭାଯାତ୍ରା। ବିଜେଡି ଓ କଂଗ୍ରେସ ବିରୋଧରେ ପ୍ଳାକାର୍ଡ ଧରି ବିରୋଧ ପ୍ରଦର୍ଶନ କରୁଛି ବିଜେପି ମହିଳା ଦଳ।ମହିଳାଙ୍କ ପାଇଁ ସଂସଦରେ 17 ତାରିଖ ଦିନ ଯେଉଁ ଆଲୋଚନା ହୋଇଥିଲା, ତାହା ଦେଶର ଇତିହାସ ବଦଳିଥାନ୍ତା । କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଏହି ବିଲ୍‌କୁ ଅନୁମୋଦନ କରିବାକୁ ଦେଲେ ନାହିଁ । ଭୁବନେଶ୍ୱରରେ ବିଜେଡି ମହିଳାଙ୍କ ସ୍ବପ୍ନ ଉଜାଡ଼ି ଦେଲା। ନାରୀ ଶକ୍ତି ଅପମାନ, କଂଗ୍ରେସ ବେଇମାନ ଭଳି ନାରା ଦେଇଛି । ମହିଳା ସଂରକ୍ଷଣ ନେଇ ଘୃଣ୍ୟ ରାଜନୀତି କରୁଥିବା ଅଭିଯୋଗ କରି ପ୍ଲାକାର୍ଡ ଧରି ମଶାଲ ଯାତ୍ରା କରିଛି ବିଜେପି।ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ଅନୁମୋଦନ କରିବାକୁ ଦେଲେ ନାହିଁ । ବିଜେଡି ମଧ୍ୟ ସେମାନଙ୍କୁ ସମର୍ଥନ କରିଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଗୁଡିକ ଯେଉଁ ଉତ୍ସବ ପାଳନ କଲେ ତାକୁ ଯେତେ ନିନ୍ଦା କଲେ କମ୍ ହେବ ଏବଂ ତାହାକୁ ଦେଶବାସୀ କେବେହେଲେ କ୍ଷମା ଦେବେ ନାହିଁ ବୋଲି ଅଭିଯୋଗ କରିଛି ବିଜେପି । ବିରୋଧୀ ଦଳଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ଦେଶବ୍ୟାପୀ଼ ଏବେ ପ୍ରତିବାଦ ଓ ଆନ୍ଦୋଳନ କରୁଛି ବିଜେପି। ଆଜି ଭୁବନେଶ୍ୱରରେ ଏନେଇ ବିଶାଳ ମଶାଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ‘‘ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ “ନାରୀଶକ୍ତି ବନ୍ଦନ ଅଧିନିୟମ” ଆଣିଥିଲେ । ଏହି ଅଧିନିୟମ ମହିଳାମାନଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ 33 ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା । ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୁତ କରୁଥିଲା । କଂଗ୍ରେସଠାରୁ ଆରମ୍ଭ କରି ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ଡିଏମ୍‌କେ, ଟିଏମସି ପର୍ଯ୍ୟନ୍ତ ସମସ୍ତ ବିରୋଧୀ ଏହି ଅଧିନିୟମକୁ ବିରୋଧ କରି ସେମାନଙ୍କ ମହିଳା ବିରୋଧି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ବିରୋଧୀ ଦଳଗୁଡିକ ପରିବାର କେନ୍ଦ୍ରିକ ଦଳ । ସେମାନେ କେବଳ ନିଜର ପରିବାର ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ଆଗକୁ ଆଣିବାକୁ ଚାହାନ୍ତି । ମାତ୍ର ବିଜେପି ସବୁବେଳେ ସାଧାରଣ ମହିଳମାନଙ୍କୁ ଅଧିକାର ଦେବା ଉପରେ ଧ୍ୟାନ ଦେଉଛି ’’।ସେ ଆହୁରି ମଧ୍ୟ କହିଛନ୍ତି ‘‘ଯେଉଁ ନାରୀ ପରିବାର ଚଳାଏ, ସେ ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ବି କରିପାରିବ । ପୂର୍ବ ସରକାର ଗୁଡ଼ିକର ଇଚ୍ଛାଶକ୍ତିର ଅଭାବ ଯୋଗୁ ଅନେକ କ୍ଷେତ୍ରରେ ପୂର୍ବରୁ ମହିଳାମାନଙ୍କ ଭାଗିଦାରିତା ନ ଥିଲା’’ । ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପତାକା ଦେଖାଇ ଏହି ମଶାଲ ଯାତ୍ରାର ଶୁଭାରମ୍ଭ କରିଥିଲେ ।