ଢେଙ୍କାନାଳ ଟାଉନଥାନା ପୋଲିସ ଦ୍ୱାରା ୩ଜଣ ବାଇକ ଚୋର ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୧୫ଟି ବାଇକ ଜବତ କରାଯାଇଛି । ବାଇକ ଚୋରୀ ଘଟଣାରେ ଜଣେ ଦେବାଶିଷ ଶୁକ୍ଳା ଏବଂ ଅନ୍ୟ ୨ଜଣ ଚୋରା ବାଇକ ରିସିଭର ମାନସ ବିହାରୀ ଓ ପ୍ରଫୁଲ ସାହୁକୁ ପୋଲିସ ଗିରଫ କରିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ କେସେରିଆ ଅଞ୍ଚଳର ଦେବାଶିଷ ଶୁକ୍ଳା ବିଭିର୍ଣ୍ଣ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ ଚୋରୀ କରିଥାଏ ।ସେହି ବାଇକ ଗୁଡିକୁ ଭୁବନ ଅଞ୍ଚଳର ମାନସ ବିହାରୀ ଓ ପ୍ରଫୁଲ ସାହୁକୁ ବିକ୍ରି କରିଥିଲେ । କୌଣସି ଘଟଣାରେ ବାଇକ ଚୋର ଦେବାଶିଷକୁ ପୋଲିସ ଗିରଫ କରିବା ପରେ ୨ ରିସିଭରକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସମୁଦାୟ ୧୫ଟି ବାଇକ ଜବତ ହୋଇଥିବା ବେଳେ ଦେବାଶିଷ ଠାରୁ ୩ଟି, ପ୍ରଫୁଲ ଏବଂ ମାନସ ଠାରୁ ୬ଟି ଲେଖାଏଁ ବାଇକ ଜବତ କରାଯାଇଛି ।
