ମହିଳା ସଂରକ୍ଷଣ ବିତର୍କ : ବିଧାନସଭା ଅଧିବେଶନରେ ‘କଙ୍କାଳ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ
ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି । ଆଜି ସବୁ କ୍ଷେତ୍ରରେ ଆଗରେ ଅଛନ୍ତି ମହିଳା । ମହିଳା ସଂରକ୍ଷଣ ପାଇଁ ବିରୋଧୀ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କଂଗ୍ରେସ କ୍ଷମତାରେ ଥିବାବେଳେ କାହିଁକି ବିଲ୍ ପାରିତ କରିନଥିଲେ । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି । ସୁଭଦ୍ରା ଯୋଜନା ମହିଳାମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ମୋହନ ମାଝୀ ।
ଅନ୍ୟପଟେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ମହିଳାଙ୍କ କଙ୍କାଳ ମାଟି ତଳୁ ବାହାର କରି ବ୍ୟାଙ୍କରେ ପ୍ରମାଣ ଦେବା ଏହା କିଭଳି ମହିଳା ସଶକ୍ତିକରଣ ? ଡବଲ ଇଂଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଘଟଣା ଘଟିଛି । ସାରା ବିଶ୍ୱରେ ନିନ୍ଦିତ ହେବାକୁ ପଡିଛି। ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇଥିଲେ । ୨୦୦୦ ମସିହାରେ ମୋ ସରକାର ୫୦ ପ୍ରତିଶତ ସଂରକ୍ଷଣ ଦେଇଥିଲା । ମିଛ ପ୍ରଚାର କରୁଛି ବିଜେପି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସମସ୍ତ ସଂସାଦଙ୍କୁ ଚିଠି ଲେଖିଛି । ସୀମା ନିର୍ଦ୍ଧାରଣ ବିଲ ରାଜ୍ୟର ରାଜନୈତିକ ଅଧିକାର ସଙ୍କୁଚିତ କରିବ । ଓଡ଼ିଶାବାସୀଙ୍କୁ ଭରସା ଦେଉଛି ମୁଁ ଥିଲା ପର୍ଯ୍ୟନ୍ତ ଓଡ଼ିଶାର ହକକୁ କେହି ବଞ୍ଚିତ କରିପାରିବେ ନାହିଁ । ଓଡ଼ିଶାର ବିଜେପି ବିଧାୟକ ମାନେ ମହିଳା ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସେ କହିଛନ୍ତି ।
