Odia News Portal

ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ମା’ ମୃତ ଓ ୩ ପୁଅ ଗୁରୁତର

ଗ୍ୟାସ ସିଲିଣ୍ଡର ଫାଟି ମା’ ମୃତ । ୩ ପୁଅ ଗୁରୁତର ।  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ବଜାରସାହିରେ ଘଟିଛି ହୃଦୟବିଦାରକ ଘଟଣା ।  ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ମହିଳା । ମୃତ ମହିଳାଙ୍କ ୩ ପୁଅ ଗୁରୁତର । ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗି ସମ୍ପୂର୍ଣ୍ଣ ଘର ଜଳିଯାଇଛି । ୩ ଗୁରୁତର ପୁଅଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତିକରାଯାଛି । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଏମିତି ଅଘଟଣ ଘଟିଥିଲା ପୁରୀ କୃଷ୍ଣ ପ୍ରସାଦ ବ୍ଳକ୍ ତିଛିଣି ଗାଁ ରେ । ଗ୍ୟାସ ସିଲିଣ୍ଡର ଫାଟି ଘଟିଥିଲା ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ନିଆଁରେ ସିମେଣ୍ଟ ବ୍ଳକ୍ ଫ୍ୟାକ୍ଟ୍ରି ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଜଳିଯାଇଥିଲା ବ୍ଳକ୍ ଫ୍ୟାକ୍ଟ୍ରି ଘର । ଘର ଜଳିଯିବା ସହ ଘରେ ଥିବା ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା ।  ଶେଷରେ ଏହା ତିଛିଣି ଗାଁର ଟୁକୁନା ତରେଇଙ୍କ ଫ୍ୟାକ୍ଟ୍ରି  ବୋଲି ଜଣାପଡିଥିଲା ।