ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ଆସିଲା ଚାଂଚଲ୍ୟକର ଖୁଲାସା । ଝିଆରି ନିବେଦିତାର ପ୍ରେମିକ କାଳୁ ପାଇଁ ସବୁ ନାଟ ହୋଇଛି । ଭରପୁର ଋଣ ଭାରରେ ବୁଡ଼ି ରହିଥିବା କାଳୁ ଟଙ୍କା ସୁଝିବାକୁ ଖୋଜୁଥିଲା ସୁନା ଅଣ୍ଡା ଦିଆ କୁକୁଡ଼ା । ଗୋଟିଏ ଗୁଳିରେ ଦୁଇଟି ଶିକାର ପାଇଁ ଷଡଯନ୍ତ୍ର କରିଥିଲେ ନିବେଦିତା ଓ ପ୍ରେମିକ । ହେଲେ ଅଣ୍ଡା ପାଇବା ପୂର୍ବରୁ ମରିଗଲା କୁକୁଡ଼ା । କୌଣସି କାରଣରୁ ପରିସ୍ଥିତିରେ ପଡି କାଳୁ ପ୍ରଧାନ କ୍ରାଇମ ଦୁନିଆ ରେ ପାଦ ଥାପିଥିଲା । କିଛି ଅପରାଧ ଘଟାଇ ନିବେଦିତା ର ସଂସ୍ପର୍ଶରେ ଆସିଥିଲା। ପରେ ପ୍ରେମ ଦୁନିଆରେ ଦୁହେଁ ଭାସିଲେ । ନିଜ ଋଣ ଭାରରୁ ମୁକ୍ତ ହୋଇ ନୂଆ ଜୀବନ ବିତାଇବା ପାଇଁ ଚାହିଁଥିଲା କାଳୁ। ସେପଟେ ଦାଦା ସମ୍ପତ୍ତି ନେଇଯାଉଥିବାର ସନ୍ଦେହ କରି ଦାଦା ଉପରେ ରାଗ ସୁଝାଇବାକୁ ଚାହୁଁଥିଲା ନିବେଦିତା। ଏହାସହ ଦାଦା ଅନ୍ୟ ଜାତିରେ ବିବାହକୁ ବିରୋଧ କରୁଥିଲେ । ଏଣୁ ସେହି ରାଗ ବି ଥିଲା ନିବେଦିତା । ଏଥିପାଇଁ ଦୁହେଁ ରଚିଥିଲେ ଷଡ଼ଯନ୍ତ୍ର । କିନ୍ତୁ ସୁନା ଅଣ୍ଡା ମିଳିବା ପୂର୍ଵରୁ କୁକୁଡ଼ା ମରିଗଲା ଆଉ ସବୁ ଯୋଜନା ଫସର ଫାଟିଗଲା ।
