Odia News Portal

ଚମ୍ପୁଆ ରେଞ୍ଜରେ ୧୬ ଟିକିଆ ହାତୀ ଉପଦ୍ରବ, ଗାଁରେ ଘର ଭାଙ୍ଗି ଖାଉଛନ୍ତି ଧାନ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ । ପଦ୍ମପୁର ଗାଁରେ ଘର ଭାଙ୍ଗି ଧାନ ଖାଇଛନ୍ତି ୧୬ ଟିକିଆ ହାତୀପଲ । ସେହିପରି ବାଲିବନ୍ଧ ସେକ୍ସନର ବଳଭଦ୍ରପୁର ଗାଁରେ ଗୋଟିଏ ଘର ଭାଙ୍ଗିଦେଇଛନ୍ତି ହାତୀ । ହାତୀ ଘର ଭାଙ୍ଗିବା ସମୟରେ ଘରେ କେହି ନଥିବାରୁ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି ପରିବାର । ହାତୀକୁ ଦେଖି ଘରୁ ବାହାରକୁ ବାହାରି ଆସିଥିଲେ ଲୋକ । ବନ ବିଭାଗ ପହଂଚି ହାତୀକୁ ଘଉଡାଇଛି। ହାତୀ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ ।

ସୂଚନାଯୋଗ୍ୟ, ଗତମାସ ମୟୂରଭଞ୍ଜ ରାଇକିଆରେ ପୁଣି ହାତୀ ଉପଦ୍ରବ। ଦୁଇଜଣ ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା ହାତୀ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପେଟାପାଙ୍ଗା ଡ୍ରାମ୍ବା ଜଙ୍ଗଲରେ ଏହି ଅଘଟଣ ଘଟିଥିଲା । ଦୁଇ ବୃଦ୍ଧ ଜଙ୍ଗଲରୁ ଘରକୁ ଫେରୁଥିବା ବେଳେ ହାତୀ ଦଳି ମାରିଦେଇଥିଲା । ମୃତକମାନେ ହେଲେ ଡ୍ରାମ୍ବା ଗ୍ରାମ ବୋଲି ଜଣାପଡିଛି ।

କିଛିଦିନ ପୂର୍ବରୁ ସୁଚନାଥିଲା କି, ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜର ସାରୁମୁଳା ଭଦ୍ରାଶୁଳ ଗାଁରେ ଅଘଟଣ । ମୃତକ ହେଲେ ଭଦ୍ରାଶୁଳ ଗାଁର ୩୫ ବର୍ଷୀୟ ଯୁବକ ରଘୁ ମାର୍ଣ୍ଡି । ଭୋର ସମୟରେ ସେ ଶୌଚ ପାଇଁ ଯାଉଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା । ରାସଗୋବିନ୍ଦପୁର ରେଞ୍ଜ ପକ୍ଷରୁ ସୂଚନା ଦିଆଯାଇଥିଲା । ଗାଁ ପାଖରେ ଶହେ ହାତୀ । ଲୋକେ ଭୟଭୀତ । ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା ଓ ରାସଗୋବିନ୍ଦପୁର ହାତୀ ଆତଙ୍କ ଦେଖାଦେଇଥିଲା ।