Odia News Portal

ଦହିବରା ଖାଇ ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ, ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

ଦହିବରା ଖାଇଲେ, ଅସୁସ୍ଥ ହୋଇଗଲେ । ଦହିବରା ଖାଇ ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ । ସମସ୍ତଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ୨୦ ଜଣ ପାଟପୁର ଗାଁର । ଗତକାଲି ପାଟପୁର ଅଞ୍ଚଳରେ ଦହିବରା ଖାଇ ଅପରାହ୍ନରେ ଅସୁସ୍ଥ ହୋଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ସେମାନଙ୍କୁ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ଗୁରୁତରଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬ରୁ ଉର୍ଦ୍ଧ୍ବ ଶିଶୁ ଥିବା ସୂଚନା ।

ସୂଚନାଯୋଗ୍ୟ, ସେହିପରି ଗତବର୍ଷ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋରର ଏପରି ଏକ ଘଟଣା ଘଟିଥିଲା । ଦହିବରା ଖାଇ ୭୦ ଅସୁସ୍ଥ ହୋଇଥିଲେ । ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଘଟଣା ସ୍ଥଳରେ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତରୀଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲା ।

ଦହିବରା ବ୍ୟବସାୟୀ ଜଣଙ୍କ ସାପ୍ତାହିକ ହାଟରେ ଦହିବରା ବିକ୍ରି କରିବା ପରେ ଅପରାହ୍ଣରେ ଗବଯୋର ଗାଁକୁ ଯାଇଥିଲେ । ସେଠାରେ ଛୋଟ ପିଲା ଠାରୁ ବଡଲୋକ ସମସ୍ତେ ଦହିବରା ଖାଇଥିଲେ । ଦହିବରା ଖାଇ ସନ୍ଧ୍ୟାରେ ଗ୍ରାମବସୀଙ୍କ ମୁଣ୍ଡ ବୁଲାଇବା ସହ ଝାଡା ଓ ବାନ୍ତି ଆରମ୍ଭ ହୋଇଥିଲା । ଖବର ପାଇ ପଳସାଗୋରା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଟିମ ଗ୍ରାମରେ ପହଁଚି ଚିକିତ୍ସା ଆରମ୍ଭ କରିଥିଲେ । ଅସୁସ୍ଥଙ୍କ ସଂଖ୍ୟା ବଢୁ ଥିବାରୁ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଉ ଏକ ଟିମ ଆସି ଗାଁ ରେ ପହଁଚିଥିଲେ । ଗୁରୁତର ମାନଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିଲା ।