Odia News Portal

ମାଟ୍ରିକ ରେଜଲ୍ଟ ପାସ ହାର ୯୫.୩୩ ପ୍ରତିଶତ, ସନ୍ଧ୍ୟା ୬ ଟାରୁ ଉପଲବ୍ଧ ହେବ ବୋର୍ଡ ୱେବସାଇଟରେ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ । ଅପରାହ୍ନ ୪ ଟାରେ ବୋର୍ଡର ମୁଖ୍ୟାଳୟରେ ପ୍ରକାଶିତ ହେଲା ଫଳ । ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କଲେ ରେଜଲ୍ଟ ।  ଗଣଶିକ୍ଷା ମନ୍ତ୍ରୀ ଉନ୍ମୋଚନ କଲେ ରେଜଲ୍ଟ ପୁସ୍ତିକା । ମାଟ୍ରିକ ପାସ ହାର 95.33 % ହୋଇଥବା ଜଣାଯାଇଛି । ଗ୍ରେଡ଼ A 1 ରେ 2456 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଗ୍ରେଡ଼ A 2 ରେ 15, 681 ଜଣ ଛାତ୍ରଛାତ୍ରୀ , ଗ୍ରେଡ଼ B 1 ରେ 43, 565 ଜଣ ଛାତ୍ରଛାତ୍ରୀ, ଗ୍ରେଡ଼ B 2 ରେ 86,103 ଜଣ ଛାତ୍ରଛାତ୍ରୀ, ଗ୍ରେଡ଼ C ରେ 1,29,803 ଜଣ ଛାତ୍ରଛାତ୍ରୀ, ଗ୍ରେଡ଼ D ରେ 1,46,152 ଜଣ ଛାତ୍ରଛାତ୍ରୀ ଓ ଗ୍ରେଡ଼ E ରେ 95, 481 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ମଧ୍ୟମାରେ 87.3 % ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ସନ୍ଧ୍ୟା ୬ ଟାରୁ ଉପଲବ୍ଧ ହେବ ରେଜଲ୍ଟ। ମୋବାଇଲରେ ମେସେଜ କରି ରେଜଲ୍ଟ ମଧ୍ୟ ଜାଣି ହେବ। ମୋବାଇଲରେ OR 10 ଲେଖି ସ୍ପେସ ଦେଇ ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ପାଇପାରିବେ ରେଜଲ୍ଟ। ଚଳିତ ବର୍ଷ ଇଂରାଜୀ ସହିତ ଓଡ଼ିଆରେ ମାଟ୍ରିକ ସାର୍ଟିଫିକେଟ ଦେବାକୁ ଲକ୍ଷ୍ୟ ରଖିଛି ବୋର୍ଡ। ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା। ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ରାଜ୍ୟର ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଥିଲେ ।  ଛାତ୍ରଛାତ୍ରୀମାନେ ମାସକ ମଧ୍ୟରେ ରି ଚେକିଂ କରିପାରିବେ ।