Odia News Portal

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ୪ ଗିରଫ

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ । ରୋଗୀ ଏମର୍ଜେନ୍ସି ଆଳ ଦେଖାଇ ପାରି ହେଉଥିଲେ ବେପାରୀ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଧରାପଡିଲେ । କଟକରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ହେଉଥିଲା । ୨୫କେଜି ଗଞ୍ଜେଇ ସହ ଆମ୍ବୁଲାନ୍ସ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ୪ ଜଣଙ୍କ କ୍ରାଇମ୍ ହିଷ୍ଟ୍ରି ଯାଞ୍ଚ ଚାଲିଛି।

ବିଳମ୍ବିତ ରାତ୍ରିରେ ଚାଲାଣ କରୁଥିଲେ। ସକାଳୁ ସକାଳୁ ପୋଲିସ ନାକା ଚେକ୍ ବେଳେ ଧରାପଡିଲେ। କଳିଙ୍ଗ ଷ୍ଟାଡିୟମ ଛ ରେ ଚେକି ବେଳେ ଧରାପଡ଼ିଲା ଗଞ୍ଜେଇ ଚାଲାଣ । ଗିରଫ ପରେ ଅଧିକ ତଦନ୍ତ କରୁଛି କମିଶନରେଟ ପୋଲିସ।

ସେହିପରି ମାର୍ଚ୍ଚ ମାସରେ ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ ବେଳେ ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ ହୋଇଥିଲା । ବ୍ୟାଙ୍କକରୁ ଭୁବନେଶ୍ବର ଚାଲାଣବେଳେ ମାଡ଼ି ବସିଲା DRI । ଟ୍ରଲି ବ୍ୟାଗରେ ସିକ୍ରେଟ ଚାମ୍ବରରେ ରଖି ଚାଲାଣ କରାଯାଉଥିଲା । ଚଢାଉରେ ଦୁଇ ଜଣ ତାମିଲନାଡୁର ପାସେଞ୍ଜରକୁ ଧରିଛି DRI ଟିମ୍ । ସେମାନଙ୍କଠାରୁ ୬କେଜିର ମାରିଜୁଆନା ବା ହାଇଡ୍ରୋପୋନିକ ଓ୍ବିଡ୍ ଜବତ ପରେ କଷ୍ଟମସକୁ ହସ୍ତାନ୍ତର କରାଯାଇଥିଲା ।