ମେଷ: ଦିନଟି ମିଶ୍ରିତ ଫଳଯୁକ୍ତ ଅଟେ । ଶରୀର ଓ ମନ କାର୍ଯ୍ୟ କରିବାକୁ ସମର୍ଥ ହେବ ନାହିଁ । ବ୍ୟସ୍ତ ବହୁଳ ,ଆଳସ୍ୟ ଭରି ରହିବ । ଦିନଟିରେ ଚିନ୍ତା ବଢିପାରେ ଯାହା କର୍ମକ୍ଷେତ୍ରରେ କୁ ପ୍ରଭାବ ପକାଇବ । ସୁନ୍ଦର ଭାବରେ ଓ ଢଙ୍ଗରେ ସାହାଯ୍ୟ ମାଗିଲେ ସୁଫଳ ପ୍ରାପ୍ତି ହେବ । ଭାବିଥିବା କାର୍ଯ୍ୟ ହାସଲ ହେବ । ଦେବ ଦର୍ଶନ ଯୋଗ ଅଛି । ମନ ଯୋଗ ସହ କାର୍ଯ୍ୟ କରନ୍ତୁ ସୁଫଳ ମିଳିବ ।
ବୃଷ: ସାବଧାନତା ଅବଲମ୍ବନ କରନ୍ତୁ । ନୂତନ କାର୍ଯ୍ୟାରମ୍ଭ କାରିବା ମନା । ଦେହ ଭଲ ରହିବ ନାହିଁ । ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବ୍ୟସ୍ତତା ଓ ଦେହ ପୀଡାରେ କଷ୍ଟ ପାଇବେ । କାର୍ଯ୍ୟ ସ୍ଥଳରେ ଅଳସୁଆ ହେବେ । ଯାତ୍ରା ଶୁଭ ଅଟେ । ଅଧିକ ସମୟ ଦେବ ଦର୍ଶନରେ ଅତିବାହିତ କରନ୍ତୁ ।
ମିଥୁନ: ଗୁପ୍ତ କାର୍ଯ୍ୟ ସିଦ୍ଧି ଓ ମନ ଭଲ ରହିବ । ଭିନ୍ନ ଭିନ୍ନ ଲୋକଙ୍କ ସହ ମିତ୍ରତା ବଢିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ଯାତ୍ରା କରିବେ । ନୂତନ ବସ୍ତ୍ର ପରିଧାନ କରିବେ । ପ୍ରେମ ବାଣରେ ଆଜି କାହାକୁ ବଶିଭୂତ କରିପାରନ୍ତି । ଶାରୀରିକ ସୁସ୍ଥତା, ସାମାଜିକ ପ୍ରତିଷ୍ଠା ଓ ଖ୍ୟାତି ବଢିବ ।
କର୍କଟ: ଦିନଟି ଶୁଭ ଫଳଦାୟକ ଅଟେ । ପାରିବାରିକ ସମ୍ପର୍କ ଭଲ ରହିବ । କିଛି ଶୁଭ ଫଳ ପାଇବେ । ଯାହା କରିବେ ଜଶ ପାଇବେ ,ଶରୀର ସୁସ୍ଥ ରହିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ସମୟ ଅଟେ । ଚାକିରି କ୍ଷେତ୍ରରେ ଉନ୍ନତି । ଅଧିନସ୍ଥ କର୍ମଚାରୀଙ୍କ ଦ୍ୱାରା ଉପକୃତ ହେବେ । ସ୍ତ୍ରୀ ସାଙ୍ଗ ମାନଙ୍କ ସହ ମଧୁର ସମ୍ପର୍କ | ଶତୃ ପରାଜୟ ହେବେ ।
ସିଂହ: ଦିନଟି ଖୁସିରେ କଟିବ । ଉଚ୍ଚ ଚିନ୍ତା ଶକ୍ତି ହେବ । ପ୍ରେମାଳାପ ମଧୁର ଫଳଯୁକ୍ତ ହେବ | ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି | ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ | ସାଙ୍ଗ ତଥା ସ୍ତ୍ରୀ ମାନଙ୍କ ଠାରୁ ଲାଭ ହେବ | କିଛି ଆୟୋଜକ ଭାବରେ କାମ କରିପାରନ୍ତି |
କନ୍ୟା: ଆଜି ଦିନ ଆପଣଙ୍କ ସପକ୍ଷରେ ନାହିଁ । ଶାରିରୀକ ଭାବରେ ଆପଣ ଆଶାବାଦୀ ଅନୁଭବ କରି ନପାରନ୍ତି । ବ୍ୟସ୍ତତା ଆପଣଙ୍କ ମନକୁ ଗ୍ରାସ କରିବ । ଆପଣଙ୍କ ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ଏବଂ କଳହ ସୃଷ୍ଟି ହୋଇପାରେ । ମାଆଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ବ୍ୟସ୍ତ କରିପାରେ । ଜମି ଏବଂ ସମ୍ପତ୍ତି ବିଷୟରେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ।
ତୁଳା: ସୁଫଳ ଯୁକ୍ତ ଦିନଟି ହେବ । ଭ୍ରାତୃ ସମ୍ପର୍କ ବଢିବ । ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବେ | ଅର୍ଥ ବ୍ୟୟ ବଢିବ | ବିଦେଶରୁ ସୁସମ୍ୱାଦ ପ୍ରାପ୍ତି | ବିବାହ ଇତ୍ୟାଦି କାର୍ଯ୍ୟ ରେ ଯୋଗଦେବେ | ନୂତନ କାର୍ଯ୍ୟରମ୍ଭ ପାଇଁ ଦିନଟି ଖୁବ ଭଲ ଅଟେ| ଶରୀର ଓ ମନ ଭଲ ରହିବ | ଧନ ଲଗାଣ କ୍ଷେତ୍ରରୁ ଲାଭବାନ ହେବେ | ସ୍ତ୍ରୀଙ୍କର ଭାଗ୍ୟ ଆପଣଙ୍କୁ ସହାୟ ହେବ |
ବିଛା: ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ଅସାଧାରଣ ବ୍ୟବହାର ପାଇଁ କୌଣସି ବ୍ୟକ୍ତିଙ୍କୁ ମାନସିକ ଭାବରେ ଆଘାତ କରିପାରନ୍ତି । ଆପଣଙ୍କ ମନରେ ପ୍ରତିକୂଳ ଭାବନା ରଖନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ରହିପାରେ ।
ଧନୁ: ଏକ ଧାର୍ମିକ କାର୍ଯ୍ୟରେ ଯୋଗ ଦେବାକୁ ଆପଣ ନିଜକୁ ପ୍ରସ୍ତୁତ ରଖନ୍ତୁ | ଯେଉଁ କାର୍ଯ୍ୟକରିବାକୁ ଆପଣ ଯୋଜନା କରିଥିଲେ , ତାହା ଆଜି ସାରିବାକୁ ସକ୍ଷମ ହେବେ | ଏହା ଆପଣଙ୍କ ଉତ୍କଣ୍ଠିତ ଚିତ୍ତକୁ ଉତ୍ସାହିତ କରିପାରେ | ଆପଣଙ୍କ ଘରେ ଏକ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ ଏବଂ ଆପଣ ନିଜର ପ୍ରିୟଜନଙ୍କ ସଙ୍ଗ ଲାଭ କରି ଖୁସି ହେବେ | ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ ।

ମକର (Getty)
ମକର: ଆଜି ଦିନଟି ଆପଣଙ୍କ ଧାର୍ମିକ କାର୍ଯ୍ୟରେ ଅତିବାହିତ ହେବ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପାଦନ କରିବା ପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିପାରେ । ଆଇନ ସମ୍ମତ କାଗଜପତ୍ର ସଂକ୍ରାନ୍ତୀୟ କର୍ମ ପାଇଁ ଆପଣ ଆଗ୍ରହ ପ୍ରକାଶ କରିପାରନ୍ତି । ମାତ୍ର ଆଦୌ କୌଣସି କାର୍ଯ୍ୟକରିବାକୁ ଆପଣଙ୍କ ଇଛା କମିଯିବ | ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ ।

କୁମ୍ଭ (Getty)
କୁମ୍ଭ: ଆଜି ଆପଣଙ୍କ ଦିନଟି ଅତି ଶୁଭଙ୍କର ଅଟେ । ବ୍ୟବସାୟ ପାଇଁ ଆଜିହିଁ ସର୍ବୋତ୍କୃଷ୍ଟ ଦିବସ ଅଟେ | ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ | ଆପଣ କିଛି ନୁଆ ବନ୍ଧୁ ମଧ୍ୟ କରିବେ | ସେମାନଙ୍କ ସହ ଏକ ସଂକ୍ଷିପ୍ତ ପରିଭ୍ରମଣରେ ଯିବାର ସମ୍ଭାବନା ଅଛି | ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ପ୍ରକୃଷ୍ଟ ଦିନ ଅଟେ | ଆପଣ ଯଦି ବିବାହ କରିବାକୁ ଆଗ୍ରହ ପ୍ରକାଶ କରୁଥାଆନ୍ତି ତାହାହେଲେ ସଫଳ ହେବେ |

ମୀନ (Getty)
ମୀନ: ବ୍ୟବସାୟ ପାଇଁ ଆଜି ସର୍ବୋତ୍କୃଷ୍ଟ ସମୟ | ଆପଣଙ୍କ ବୃତ୍ତିରେ ଆପଣଙ୍କର କଠିନ ପରିଶ୍ରମ ଓ ଦକ୍ଷତା ପାଇଁ ଉପରିସ୍ଥ ହାକିମଙ୍କୁ ସନ୍ତୁଷ୍ଟ କରିବ | ପଦୋନ୍ନତିର ଉଜ୍ୱଳ ସମ୍ଭାବନା ଅଛି | ପିତାଙ୍କଠାରୁ ଉପକୃତ ହେବେ | ପାରିବାରିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ | ସାମାଜିକ ସ୍ତରରେ ପ୍ରତିପତ୍ତି ଓ ସମ୍ମାନ ମିଳିପାରେ |
