ନିଟ ପରୀକ୍ଷାରେ ଭଲ ପଦର୍ଶନ କରି ନ ଥିବା ଜାଣି ଫ୍ୟାନରେ ଝୁଲିପଡିଲେ ଛାତ୍ର । ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ । ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗ୍ରାମର ଛାତ୍ରଙ୍କ ଘର । ବାପ ଚା ଦୋକାନ କୁ ମାଆ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଭଦ୍ରକ ସ୍ଥିତି ଭଡା ଘରେ କରିଛି ଆତ୍ମହତ୍ୟା । ସୂଚନା ଅନୁଯାୟୀ ତିହିଡି଼ ଥାନା ଅଧିନସ୍ଥ ନୁନ୍ଦର ଗ୍ରାମର ଗିରିଧାରୀ ବାରିକ ଦୀର୍ଘ ବର୍ଷ ହେବ ଭଦ୍ରକ ସହରରେ ଏକ ଭଡା ଘରେ ରହି ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଘରେ ସ୍ତ୍ରୀ ଓ ପୁଅ ମଧ୍ୟ ରହୁଥିଲେ ।
ପୁଅ ଜ୍ୟୋତି ପ୍ରକାଶ ବାରିକ ଚଳିତ ବର୍ଷ NEET ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ଥିବା ନିଜେ ଜାଣିବାକୁ ପାଇଥିଲେ । ବାପା ଓ ମାଆ ଦୋକାନ ରେ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଫ୍ୟାନ ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ ଜ୍ୟୋତି ପ୍ରକାଶ ବାରିକ । ଘରକୁ ଫେରି ପୁଅ କୁ ଝୁଲୁ ଥିବାର ଦେଖି ସଙ୍ଗେ ସଙ୍ଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଡାକ୍ତରଖାନା ଅଞ୍ଚଳରେ କାନ୍ଦ ବୋବାଳିରେ ଫାଟି ପଡିବା ସହ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
