Odia News Portal

ସାଲେପୁରରେ ସିରିଜ୍ ଦୁର୍ଘଟଣା, ୩ ଆହତ ଓ ଜଣେ ଗୁରୁତର

କଟକ ଚାନ୍ଦବାଲି ରାସ୍ତା ସାଲେପୁର ନାନ୍ଦୋଳ ଗଡ଼ା ଛକ ନିକଟରେ ଦୁର୍ଘଟଣା । କଟକ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ ଚିପ୍ସ ବୋଝେଇ ହାଇୱା ନାନ୍ଦୋଳ ଗଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସେହି ସମୟରେ କେନ୍ଦ୍ରାପଡ଼ାରୁ ଆସୁଥିବା ଗୋଟିଏ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାରଟି ପିଟି ହୋଇ ବିଲ ଭିତରକୁ ଖସି ପଡ଼ିଥିଲା । ଦୁଇ ବାଇକ ଆରୋହୀ ପଡ଼ିଥିବା ଚିପ୍ସ ଉପରେ ଖସି ପଡ଼ିଥିଲେ ।କାର ଭିତରେ ଥିବା ୩ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ହାଇୱା ଚାଳକ ଓ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଟ୍ରକ ତଳେ ଜଣେ ଚାପି ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।