ଡେଲିଭରି ପାର୍ସଲ ଟ୍ରକରେ ଗଞ୍ଜେଇ ଚାଲାଣ । ପାର୍ସଲ ଟ୍ରକ ହେଲଫର ସିଟ ତଳୁ ମିଳିଲା ପୁଳାପୁଳା ଗଞ୍ଜେଇ । ଦୁର୍ଘଟଣା ପରେ ମିଳିଲା ଗଞ୍ଜେଇ ଚାଲାଣର ତଥ୍ୟ । ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚପରପଦାରେ ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ଡେଲିଭେରୀ କମ୍ପାନୀର ପାର୍ସଲ ଟ୍ରକ । ଧକ୍କା ଦେବା ପରେ ପାର୍ସଲ ଟ୍ରକ ହେଲପର ଓ ଡ୍ରାଇଭର ସିଟ ନିକଟରୁ ମିଳିଥିଲା ପୁଳାପୁଳା ଗଞ୍ଜେଇ । ୨୨ ପ୍ୟାକେଟ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ବଜାରରେ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ l ଟ୍ରକ ଡ୍ରାଇଭର, ହେଲପର ଫେରାର ହୋଇଯାଇଛନ୍ତି । ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ମିଳିଥିଲା ସୂଚନା । ଘଟଣାସ୍ଥଳରେ ଲୋର ପୋଲିସର ତଦନ୍ତ ଜାରି ।ସେହିପରି ଗତକିଛି ଦିନ ତଳେ ଭୁବନେଶ୍ୱରରେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିଲା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଧରାପଡିଥିଲେ । କଟକରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ହେଉଥିଲା । ୨୫କେଜି ଗଞ୍ଜେଇ ସହ ଆମ୍ବୁଲାନ୍ସ ଜବତ ହୋଇଥିଲା । ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ ।
