ବାପା ସାଜିଲା ସୈତାନ । ପୁଅକୁ ମାରି ପୋତିଦେଲା ବାପା । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅର୍କୀଳ ଗାଁରେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି । ମୃତକ ହେଲେ ମୁରଲୀ ଧର ବେହେରାଙ୍କ ପୁଅ କୁଜା ବେହେରା । ଏହି ଘଟଣାରେ ପୋଲିସ ମୃତକଙ୍କ ବାପା, ମାଆ ଏବଂ ମୃତକଙ୍କ ପ୍ରଥମ ପତ୍ନୀକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।
ସୂଚନା ଅନୁସାରେ ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ବେ ଦ୍ବିତୀୟ ବିବାହ କରିଥିଲା ପୁଅ । ଦ୍ବିତୀୟ ପତ୍ନୀ ଗ୍ରହଣକୁ ନେଇ ଘରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ମଦ୍ୟପ ପୁଅ ମାଆକୁ ଆକ୍ରମଣ କରିଥିଲା । ଏଥିରେ ରାଗିଯାଇ ପୁଅକୁ ହତ୍ୟା କରିଥିଲା ବାପା । ହତ୍ୟା ପରେ କିଛି ଦୂରରେ ଶବକୁ ପୋତିଦେଇଥିଲା । ପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଜଙ୍ଗଲରୁ ମୃତଦେହ ମିଳିଥିଲା । ୬ ଦିନ ପରେ ପୁଅର ମୃତଦେହ ମିଳିଥିଲା । ଦ୍ବିତୀୟ ପତ୍ନୀଙ୍କ ଅଭିଯୋଗ ପରେ ତଦନ୍ତ କରୁଛି ରେଙ୍ଗାଲି ପୋଲିସ ।
