Odia News Portal

ଭିଜିଲାନ୍ସ ପଞ୍ଝାରେ ଭଦ୍ରକ-କାଡା ଡିଭିଜନର ଯନ୍ତ୍ରୀ ବିଜୟ କୁମାର ମହାନ୍ତି

ଭଦ୍ରକର କାଡା ଅଫିସର ଯନ୍ତ୍ରୀ ବିଜୟ ମହାନ୍ତିଙ୍କ ଭଡା ଘର ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ର ଚଢାଉ । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭଦ୍ରକ-କାଡ଼ା ଡିଭିଜନର ଯନ୍ତ୍ରୀ ବିଜୟ କୁମାର ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କ ଭଡା ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।ସୂଚନା ଅନୁସାରେ, ଭଦ୍ରକ ଆରଡ଼ି ଛକ ସ୍ଥିତ ତାଙ୍କ ବାସଭବନ ସହିତ ଭୁବନେଶ୍ୱର, କେଉଁଝର ଓ ବାଲେଶ୍ୱରର ଅନେକ ଠିକଣାରେ ଏକାସାଥିରେ ଚଢ଼ାଉ ଚାଲିଛି। ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ସମ୍ମିଳିତ ଭାବେ ତଦନ୍ତ କାର୍ଯ୍ୟ କରୁଛନ୍ତି। ଭିଜିଲାନ୍ସ ପକ୍ଷରୁ ତାଙ୍କ ସମ୍ପତ୍ତି ଓ ଆର୍ଥିକ ନେଣଦେଣ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଉଥିବାବେଳେ, ଆଗାମୀ ଦିନରେ ଅଧିକ ତଥ୍ୟ ପ୍ରକାଶ ପାଇବାର ସମ୍ଭାବନା ରହିଛି।