Odia News Portal

ମାଉସିକୁ ହତ୍ୟା କଲା ପୁତୁରା, କାରଣ ଅସ୍ପଷ୍ଟ

ମାଇଁ ର ଭଉଣୀ କୁ ବିଳମ୍ବିତ ରାତ୍ରରେ ଭଣଜା ହତ୍ୟା କରିଥିବା ସନ୍ଦେହ। କଣ ପାଇଁ ଏପରି ନିଷ୍ପତି ନେଲା ଭଣଜା ରାହୁଲ । ନା “ହତ୍ୟାକାଣ୍ଡ ର କାରଣ କଣ ହୋଇପାରିଥାଏ ତାହା ସ୍ପଷ୍ଟ ହୋଇନାହିଁ। ପବିତ୍ର ସାବିତ୍ରୀ ରେ ପୁରୀ ଜିଲ୍ଲା କାକଟପୁର ଥାନା ନିକଟସ୍ଥ ଶଙ୍କରେଶ୍ୱର ରେ ଥିବା ମଲ୍ଲିକ କଲ୍ୟାଣୀ ମଣ୍ଡପ ନିକଟରେ ମିଲି ଙ୍କୁ ହତ୍ୟା। ଖବର ମୁତାବକ ମଲ୍ଲିକ କଲ୍ୟାଣୀ ମଣ୍ଡପ ମାଲିକ ଅଲେଖ ମଲ୍ଲିକ ଙ୍କ ଘରେ ଦୀର୍ଘ ଦିନ ହେବ ବଡ଼ ଭଉଣୀ ପୁଅ ତଥା ଭଣଜା ଶ୍ରୁତି ରଂଜନ ସ୍ୱାଇଁ ଓରଫ ରାହୁଲ ରହୁଥିବା ବେଳେ ଅନ୍ୟ ପଟେ ଅଲେଖ ଶାଳୀ ମିଲି ପ୍ରିୟା ମଧ୍ୟ ରହୁଥିଲେ। କିନ୍ତୁ ରାହୁଲ ମାମୁଁ ଘରେ ରହି ମାମୁଁ ଙ୍କ ମଣ୍ଡପ ବୁଝାବୁଝି କରୁଥିବା ବେଳେ ବିବାଦ ହୋଇଥିଲା।ବିବାଦ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗତ ରାତିରେ ମିଲି ଙ୍କର କିପରି ହତ୍ୟା କାଣ୍ଡ ହେଲା। କିନ୍ତୁ ମଣ୍ଡପର କିଛି ଦୂରରେ ନିଶାଶକ୍ତ ଅବସ୍ଥାରେ ଅଟକ ଥିବା ରାହୁଲଙ୍କୁ ପୋଲିସ ଉଦ୍ଧାର କରିଥିଲା। ଖବର ପାଇଁ ଘଟଣା ସ୍ଥଳରେ କାକଟପୁର ପୋଲିସ ସମେତ ନିମାପଡା SDPO ତଦନ୍ତ ଜାରି ରଖିଛନ୍ତି। ହତ୍ୟାକାଣ୍ଡ ର କାରଣ କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ମିଲି ଭିଣୋଇ ଅଲେଖ ଙ୍କ ଘରେ କେତେ ଦିନ ହେବ ରହୁଥିଲା, ଅନ୍ୟ ପଟେ ଭଣଜା ରାହୁଲ କେତେ ଦିନ ହେଲା ରହୁଥିଲା। ପରିବାର ମଧ୍ୟରେ ରହୁଥିବା ବେଳେ ମିଲି ଓ ରାହୁଲ ଙ୍କ ମଧ୍ୟରେ କିପରି ସମ୍ପର୍କ ରହିଥିଲା। ଏହା ଶହ ଅଲେଖ ମଲ୍ଲିକ ଯେଉଁ ଅଭିଯୋଗ ଆଣିଛନ୍ତି ରାହୁଲ ଙ୍କ ସହିତ ଅଲେଖ ଙ୍କ ମଧ୍ୟରେ କିଛି ଦିନ ତଳେ ବିବାଦ ହୋଇଥିଲା, କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ବିବାଦ ହୋଇଥିଲା, କାରଣ କଣ । ଯଦି ପ୍ରାଥମିକ ସୂଚନା ରୁ ମିଳିଛି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ରାହୁଲ ଏଭଳି ଆକ୍ରମଣ କରିଥାନ୍ତି, ତାହା ହେଲେ ମିଲି ଙ୍କୁ କାହିଁକି ଆକ୍ରମଣ କଲେ, ନା ମିଲି କୁ ନେଇ ପୂର୍ବରୁ ବିବାଦ ହୋଇଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ଜଣା ପଡିବ। ଅନ୍ୟ ପଟେ ରାହୁଲ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ପୋଲିସ ରାହୁଲ ଙ୍କ ପ୍ରତିକ୍ରିୟା ଶହ ସ୍ଥାନୀୟ ଅଞ୍ଚଳବାସୀ, ଅଲେଖ ପରିବାର ଶହ ରାହୁଲ ଙ୍କ ପରିବାର ଙ୍କୁ ତଦନ୍ତ ପରିସରକୁ ନେଲେ ପ୍ରକୃତ ଘଟଣା ସ୍ପଷ୍ଟ ଜଣା ପଡିବ। କିନ୍ତୁ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ତଦନ୍ତ ଜାରି ରଖିଥିବା ବେଳେ ପ୍ରକୃତ ଘଟଣା ଯାହା ଅନୁଧ୍ୟାନ ହେଉଛି ପରିବାର ମଧ୍ୟରେ ରାହୁଲ ଓ ମିଲି କୁ ନେଇ କିଛି ବିବାଦ ହୋଇଥିଲା କି ?ତାହା ତଦନ୍ତ କଲେ ସ୍ପଷ୍ଟ ଜଣା ପଡିବ।ସାବିତ୍ରୀ ଏଭଳି ଅଘଟଣ କୁ ନେଇ ଚାରିଆଡ଼େ ବାତାବରଣ ସୃଷ୍ଟି ହୋଇଥିବା ବେଳେ ପୋଲିସ ପାରିପାର୍ଶ୍ଵିକ ଅବସ୍ଥାକୁ ନେଇ ରାହୁଲ ଙ୍କ ପ୍ରତିକ୍ରିୟା, ଅଲେଖ ମଲ୍ଲିକ ଙ୍କ ପ୍ରତିକ୍ରିୟା, ରାହୁଲ ଙ୍କ ପରିବାର ଙ୍କ ପଚରା ଉଚରା ପରେ ହତ୍ୟାକାଣ୍ଡ ଘଟଣା ସ୍ପଷ୍ଟ ଜଣାପଡିବ।