Odia News Portal

ଛୁରୀ ଦେଖାଇ ଟ୍ରକ ଓ ଚାଳକଙ୍କୁ ଅପହରଣ: 5 ଗିରଫ, ନାବାଳକ ମଧ୍ୟ ସାମିଲ୍‌

ଟ୍ରକ ଓ ଚାଳକଙ୍କୁ ଅପହରଣ ମାମଲାରେ 5 ଗିରଫ, ଏଥିରେ ସାମିଲ ଥିଲେ ନାବାଳକ । ବେଣାପୁର ଛକରୁ ଚୋରି ହୋଇଥିବା 710 ଟ୍ରକ ଟାଙ୍ଗୀ ଅଞ୍ଚଳରୁ ଉଦ୍ଧାର କଲା ପୋଲିସ । ୨୦ନଂ ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ନିକଟରୁ ଜଣେ ଟ୍ରକ୍ ଚାଳକଙ୍କୁ ଛୁରୀ ଦେଖାଇ ଅପହରଣ କରିନେବା ସହ ଚାଳକ ନିକଟରୁ ନଗଦ ଟଙ୍କା ଓ ଟ୍ରକ ଲୁଟିନେଇଥିଲେ ଦୁର୍ବୃତ୍ତ । ଏହି ଘଟଣାରେ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଥିବା ବେଳେ ତାକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।ଘଟଣା ଅନୁଯାୟୀ ଗତ ମେ 14 ତାରିଖ ଦିନ ଜଣେ ପଶ୍ଚିମବଙ୍ଗର ଚାଳକ ମଙ୍ଗଲ ସିଂ ମୁରା ନିଜର 710 ଟ୍ରକ ଚଳାଇ ଯାଜପୁରରୁ ପାଣିକୋଇଲି ଅଭିମୁଖେ ଆସୁଥିଲେ । ରାସ୍ତାରେ ବେଣାପୁର ନିକଟରେ 4ଜଣ ଯୁବକ ଏକ ଧଳାରଙ୍ଗ ସ୍କୁଟିରେ ଆସି ଗାଡ଼ି ସମ୍ମୁଖରେ ପଥ ଅବରୋଧ କରିଥିଲେ । ଏହା ପରେ ଟ୍ରକ ଅଟକିବାରୁ ଗାଡ଼ିରୁ ଚାଳକଙ୍କୁ ଭିଡ଼ି ଆଣି 2 ଜଣ ଯୁବକ ଚାଳକଙ୍କୁ ଅପହରଣ କରି ନେଇଥିଲେ ଓ ଅନ୍ୟ 2 ଜଣ ଟ୍ରକ୍‌ଟିକୁ ନେଇ ଯାଇଥିଲେ ।କୌଣସି ମତେ ସେମାନଙ୍କ କବଳରୁ ଉଦ୍ଧାର କରି କୋରେଇ ଥାନାରେ ପହଞ୍ଚିଥିଲେ । ଏହା ପରେ ଚାଳକଙ୍କ ଅଭିଯୋଗ କ୍ରମେ ଅଭିଯୋଗ ସଂଖ୍ୟା 190/2026ରେ କୋରେଇ ପୋଲିସ ଏକ ମାମଲା ରୁଜୁ କରାଯାଇଥିଲା । ତୁରନ୍ତ ଅନୁସନ୍ଧାନ ଆରମ୍ଭ କରି ଟ୍ରକଟିକୁ କଟକ ଟାଙ୍ଗୀ ନିକଟରୁ ଉଦ୍ଧାର କରାଯାଇଥିଲା ବୋଲି ଅତିରିକ୍ତ ଏସ୍‌ପି ସିତିକାନ୍ତ କାନୁନଗୋ କହିଛନ୍ତି ।ହା ଘଟଣାରେ ସମୁଦାୟ 5 ଜଣଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଥିବା ବେଳେ ତାକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପାଣିକୋଇଲି ଥାନା ଛୋଟରାୟପୁର ଅଞ୍ଚଳର ରଘୁନାଥ ଦାଶ, କୁଆଖିଆ ଥାନା ନୂଆହାଟ ଅଞ୍ଚଳର ଦିନେଶ ଦାଶ, କୋରେଇ ଥାନା ଖାରଜବଟିରା ଗାଁର ଶୁଭକାନ୍ତ ନନ୍ଦ, ବୈରୀ ଥାନା ଗାଁର କଳ୍ପତରୁ ରାଉତ । ଆଉ ଜଣେ କୋରେଇ ଥାନା ପଣ୍ଡୁଳା ଗାଁର ଜଣେ ବାଳ ଅପରାଧୀ ବୋଲି ଜଣାପଡିଛି । ଅଭିଯୁକ୍ତ ମାନେ ରାଜପଥ ଲୁଟେରା ଏବଂ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି ।ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ସିତିକାନ୍ତ କାନୁନଗୋ ଥାନା ଅଧିକାରୀଙ୍କ ତ୍ୱରିତ ସଫଳତାକୁ ପ୍ରଶଂସା କରିବା ସହ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

ଟ୍ରକ ଓ ଚାଳକଙ୍କୁ ଅପହରଣ ମାମଲାରେ 5 ଗିରଫ, ଏଥିରେ ସାମିଲ ଥିଲେ ନାବାଳକ । ବେଣାପୁର ଛକରୁ ଚୋରି ହୋଇଥିବା 710 ଟ୍ରକ ଟାଙ୍ଗୀ ଅଞ୍ଚଳରୁ ଉଦ୍ଧାର କଲା ପୋଲିସ । ୨୦ନଂ ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ନିକଟରୁ ଜଣେ ଟ୍ରକ୍ ଚାଳକଙ୍କୁ ଛୁରୀ ଦେଖାଇ ଅପହରଣ କରିନେବା ସହ ଚାଳକ ନିକଟରୁ ନଗଦ ଟଙ୍କା ଓ ଟ୍ରକ ଲୁଟିନେଇଥିଲେ ଦୁର୍ବୃତ୍ତ । ଏହି ଘଟଣାରେ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଥିବା ବେଳେ ତାକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।