ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ବାଲି ମାଫିଆଙ୍କ ଘରେ କେନ୍ଦୁଝର ପୋଲିସ ର ସ୍ୱତନ୍ତ୍ର ସ୍କ୍ବ୍ୟାର୍ଡର ଚଢ଼ାଉ । ୨୦ ଲକ୍ଷ ରୁ ଅଧିକ ଟଙ୍କା ଜବତ । ସେହିପରି ୩୦ରୁ ଅଧିକ ଗାଡି ଜବତ ସହ ୮ ଜଣ ଗିରଫ ହୋଇଛନ୍ତି । ଆନନ୍ଦପୁର ଅଞ୍ଚଳରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚାଲାଣର ବାରମ୍ବାର ଅଭିଯୋଗ ପରେ ଆକ୍ସନ ମୁଡ଼ ରେ କେନ୍ଦୁଝର ପୋଲିସ । ଆଜି ସକାଳୁ ଅତିରିକ୍ତ ଏସିଙ୍କ ନେତୃତ୍ୱରେ କେନ୍ଦୁଝର ପୋଲିସର ସ୍ୱତନ୍ତ୍ର ଟିମ ବାଲି ଚାଲାଣ ରେ ବେଆଇନ ଭାବେ ବ୍ୟବହୃତ ଟ୍ରାଞ୍ଜିଟ ପାସ ସମେତ ଏକାଉଣ୍ଟରେ ନେଣଦେଣକୁ ନେଇ ଅଭିଯୋଗ ଥିବା ବ୍ୟକ୍ତିଙ୍କ ଉପରେ ଚଢ଼ାଉ ଚାଲିଛି । ପୋଲିସର ସ୍ୱତନ୍ତ୍ର ଟିମ ୧୨ଟି ସ୍ଥାନରେ ଭାଗ ହୋଇ ଚଢ଼ାଉ କରୁଛି । କେନ୍ଦୁଝର ଜିଲ୍ଲାରେ ବାଲି ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ । କେନ୍ଦୁଝର ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନ ସମେତ ଘଟଗାଁ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରୁ ଚଢ଼ାଉ ଆରମ୍ଭ ହୋଇଛି। ସୂଚନା ଅନୁସାରେ ପୋଲିସର ସ୍ପେଶାଲ ସ୍କ୍ୱାର୍ଡର ୧୨ ଟିମ୍ ଏକାସାଥିରେ ୧୨ ସ୍ଥାନରେ ଚଢ଼ାଇ କରୁଛି । ଘଟଗାଁର ବାଲି ବ୍ୟବସାୟୀ ଜିତେନ୍ଦ୍ର ସାଙ୍କ ଘରେ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ାଉ ଜାରି ରହିଛି । ବେଆଇନ ବାଲି କାରବାର ଓ ସେଥିସହ ଜଡିତ ଆର୍ଥିକ କାରବାରକୁ ନେଇ ପୋଲିସ ପକ୍ଷରୁ ଏହି ବିଶେଷ ଅଭିଯାନ ଚାଲିଥିବା ସୂଚନା ମିଳିଛି । ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାଞ୍ଚ କରାଯାଉଛି ।
