Odia News Portal

ଆଜି ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ, ବନ୍ଦ ବେଳେ ବି ମିଳିବ ଜୀବନରକ୍ଷକ ଔଷଧ

ଅନଲାଇନରେ ଔଷଧ ବିକ୍ରୀକୁ ବିରୋଧ କରି ସାରା ଦେଶରେ ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ। ଗତକାଲି ରାତି ୧୨ଟାରୁ ଧର୍ମଘଟ ଆରମ୍ଭ ହୋଇଥିବା ବେଳେ ଆଜି ରାତି ୧୨ଟା ଯାଏଁ ବନ୍ଦ ରହିବ ଔଷଧ ଦୋକାନ । ସାରା ଦେଶରେ ୨୪ ଘଣ୍ଟା ବନ୍ଦ ରହିବ ଔଷଧ ଦୋକାନ । ଏଥିରେ ଓଡ଼ିଶାର ପ୍ରାୟ ୩୦ ହଜାର ମେଡିସିନ ଦୋକାନୀ ସାମିଲ ହୋଇଛନ୍ତି । ତେବେ ବନ୍ଦ ବେଳେ ବି ମିଳିବ ଜୀବନରକ୍ଷକ ଔଷଧ! । ସରକାରୀ ମେଡିକାଲରେ ଥିବା ସମସ୍ତ ନିରାମୟ କେନ୍ଦ୍ର ଏବଂ ସମସ୍ତ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ସାଧାରଣ ଦିନ ଭଳି ଖୋଲା ରହିଛି ।

ମେଡିକାଲ ପରିସରରେ ଥିବା ଔଷଧ ଦୋକାନ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ସହ ଜଡ଼ିତ ୨୪×୭ ମେଡିସିନ୍ ଷ୍ଟୋର୍ ଗୁଡ଼ିକ ଖୋଲା ରହିଛି । AIOCD ସଂଘ ସହ ଜଡ଼ିତ ନଥିବା କର୍ପୋରେଟ୍ ମେଡିସିନ୍ ସପ୍ ଗୁଡ଼ିକ ସ୍ୱାଭାବିକ ଭାବେ ଚାଲିବ ବୋଲି ଆଶା କରାଯାଉଛି । ଔଷଧର ପର୍ଯ୍ୟାପ୍ତ ମହଜୁଦ୍ ପାଇଁ ହୋଲସେଲର ଓ ବିତରକମାନଙ୍କ ସହ ସମନ୍ୱୟ ରକ୍ଷା କରାଯାଇଛି । ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ସହଯୋଗ କରିବାକୁ ସ୍ଥାନୀୟ କେମିଷ୍ଟ ଆସୋସିଏସନକୁ ଅନୁରୋଧ କରାଯାଇଛି ।