ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ଆତଙ୍କ। କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକ ନିକଟରେ ଭୟଙ୍କର ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ । ଧକ୍କା ଦେବା ପରେ ଅଟୋକୁ ୫୦ରୁ ୬୦ ମିଟର ପର୍ଯ୍ୟନ୍ତ ଟ୍ରକଟି ଘୋଷାଡି ନେଇଥିଲା । ପରେ ଅଟୋଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଖସିପଡିବା ସହ ଏକ ଦୋକାନ ଭିତରକୁ ପଶିଯାଇଥିଲା । ଅଟୋରେ ଥିବା ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ପରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୁଣି ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଟ୍ରକ । ପରେ ଟ୍ରକକୁ ଗୋଡାଇ ଗୋଡାଇ କାବୁ କରିଥିଲେ ସ୍ଥାନୀୟ ଲୋକ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।
