ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ । କିଛି ସମୟ ଧରି ଉଡିବା ପରେ ଅକ୍ଷୟଦଣ୍ଡରେ ବସିଥିଲା ଚିଲ । ପତିତପାବନ ବାନା ଉପରେ ଚିଲ ବସିବା ନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା । କେତେଜଣ ସେବାୟତ ଏହାକୁ ଅଶୁଭ ସଂକେତ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହା ଏକ ସାଧାରଣ କଥା ବୋଲି ଅନେକ ବ୍ୟକ୍ତବିଶେଷଙ୍କ ମତ । ଗତ କିଛି ଦିନ ଭିତରେ ଏଭଳି ଏକାଧିକ ଘଟଣା ଘଟିଲାଣି ।
ସୂଚନାଯୋଗ୍ୟ, ଦୁଇମାସ ତଳେ ମଧ୍ୟ ଏହିପରି ଘଟଣା ଘଟିଥିଲା । ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଥିଲା ଚିଲ । ଚୁନେରା ସେବକ ଶ୍ରୀମନ୍ଦିର ପତିତପାବନ ବାନା ପରିଵର୍ତ୍ତନ କରିବା ବେଳେ ଏକ ଚିଲ କିଛି ସମୟ ଧରି ଉଡିବା ପରେ ଅକ୍ଷୟଦଣ୍ଡରେ ବସିଥିବା ଦେଖିବାକୁ ମିଳିଥିଲା । କେତେକ ସେବାୟତ ଏହାକୁ ଅଶୁଭ ସଙ୍କେତ ବୋଲି କହିଛନ୍ତି । ଅନ୍ୟପଟେ ଏହା ଏକ ସାଧାରଣ କଥା ବୋଲି ଆଉ କିଛି ବ୍ୟକ୍ତବିଶେଷଙ୍କ ମତ ।
