Odia News Portal

ସତ୍ତାରୁ ଯିବା ପରେ ପଡ଼ିଛି ଶନିଦଷା! ଦିଦିଙ୍କୁ ଧୋକା ଦେଲେ ସାୟୋନି ଘୋଷ

ସରକାରରୁ ଯିବା ପରେ ମମତାଙ୍କୁ ଯେମିତି ଶନିଦଷା ପଡ଼ିଯାଇଛି । ଜଣେ ପରେ ଜଣେ ନେତା ମମତାଙ୍କ ହାତ ଛାଡ଼ି ଚାଲିଯାଉଛନ୍ତି । ଆଉ ଏତିକିବେଳେ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ତୃଣମୂଳ କଂଗ୍ରେସର ଯୁବ ନେତ୍ରୀ ଶାୟୋନୀ ଘୋଷ । ବଙ୍ଗରେ ବିଜେପି ସରକାର କରିବା ପରେ ତୃଣମୂଳ କଂଗ୍ରେସ ରାଜନୈତିକ ସଂକଟ ଦେଇଗତି କରୁଛି । ସେହି ସଂକଟ ଭିତରେ ମମତାଙ୍କ ଅତ୍ୟନ୍ତ ଖାସ କୁହାଯାଉଥିବା ସାଂସଦ ଶାୟୋନୀ ଘୋଷଙ୍କୁ ନେଇ ଜୋରଦାର ଚର୍ଚ୍ଚା । ଦଳ ଏବଂ ନେତୃତ୍ୱକୁ ନେଇ ତାଙ୍କ କିଛି ପଦକ୍ଷେପ ଜାତୀୟ ରାଜନୀତିକୁ ସରଗରମ କରିଛି  । ବିଦୋହୀ ନେତାଙ୍କ ଶିବିରରେ ସାମିଲ ହୋଇଛନ୍ତି ଶାୟୋନି ଘୋଷ । ୟୁସୁଫ ପଠାନ, ସାୟୋନି ଘୋଷ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ପରି ବରିଷ୍ଠ ନେତା ମଧ୍ୟ ବିଦ୍ରୋହୀ ଗୋଷ୍ଠୀକୁ ସମର୍ଥନ କରିବା ସହ ବିଦ୍ରୋହୀ ‌ଗୋ‌ଷ୍ଠୀରେ ସାମିଲ ହୋଇଛନ୍ତି। ସେମାନେ ବିଦ୍ରୋହ ତାଲିକାରେ ସ୍ବାକ୍ଷର କରିଛନ୍ତି। ତାଲିକାରେ ମୋଟ୍‌ ୧୯ ବିଦ୍ରୋହୀ ନେତା ସାମିଲ ହୋଇଛନ୍ତି ।

ତେବେ ଏହି ଗୃପରେ ସାୟୋନୀଙ୍କ ଯୋଗଦାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତୃଣମୂଳ କଂଗ୍ରେସର ଯୁବ ଚେହେରା ଭାବେ ପରିଚିତ ଶାୟୋନୀ ଘୋଷ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଥିଲେ। ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ନେତ୍ରୀ ଭାବେ ମଧ୍ୟ ତାଙ୍କ ପରିଚୟ ରହିଛି। ନିର୍ବାଚନ ବେଳେ ଟିଏମସି ପାଇଁ ମୁଖ୍ୟ ପ୍ରଚାରକ ସାଜିଥିଲେ ଶାୟୋନୀ । ମମତାଙ୍କ ପରେ ଟିଏମସିରେ ଯଦି ଅଧିକ କିଏ ଲୋକପ୍ରିୟ ଭାବେ ଉଭାହେଉଥିଲେ ସେ ହେଉଛନ୍ତି ଶାୟୋନୀ ଘୋଷ । ପ୍ରଚାର ମଇଦାନରେ ବିଜେପିକୁ ଶାଣିତ ଆକ୍ରମଣ କରିବା ପାଇଁ ମମତାଙ୍କ ମୁଖ୍ୟ ଅସ୍ତ୍ର ଥିଲେ ଶୋୟନୀ । କିନ୍ତୁ ମମତାଙ୍କ ଏହି ଖାସ ବିଶ୍ବସ୍ତ ଫାୟାର ବ୍ରାଣ୍ଡ ଲେଡି ଶେଷରେ ମମତାଙ୍କୁ ଧୋକା ଦେଇଛନ୍ତି ।

ସେପଟେ ବିଦ୍ରୋହୀ ନେତାମାନେ ଦାବି କରିଛନ୍ତି ଯେ ସେମାନେ ବିଜେପିରେ ଔପଚାରିକ ଭାବେ ଯୋଗ ଦେବାପାଇଁ ଯୋଜନା କରିନାହାନ୍ତି। ସେମାନେ କହିଛନ୍ତି, ଆମେ ବିଜେପିରେ ଯୋଗ ଦେବୁନାହିଁ। ଆମେ ଏନ୍‌ଡିଏକୁ ବାହାରୁ ସମର୍ଥନ କରିବୁ। ଏହା ଯଦି ହୁଏ ତେବେ ଶାସକ ଏନ୍‌ଡିଏକୁ ଏହାଦ୍ବାରା ସଂସଦରେ ଫାଇଦା ମିଳିବ। ଟିଏମ୍‌ସିର ଏବେ ଲୋକସଭା ସାଂସଦଙ୍କ ସଂଖ୍ୟା ୨୮ । ଯାହା ଦ୍ବାରା ସଂସଦରେ ଆହୁରି ଶକ୍ତିଶାଳୀ ହେବ ଏନ୍‌ଡିଏ ।