ନୂଆପଡା ଜିଲ୍ଲା କୋମନା ବ୍ଲକ କୁରେଶ୍ୱର ଗ୍ରାମ ପଞ୍ଚାୟତ ଜନ୍ଧରାମୁଣ୍ଡା ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ମୋହନ ମାଝୀ ବୟସ ୪୬ ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୁଃଖଦ ଜୀବନ ବିତାଉଛନ୍ତି। ପରିବାର କହିଲେ ତାଙ୍କର ଦୁଇଟି ପୁଅ ଅଛନ୍ତି ଓ କିଛିବର୍ଷ ପୂର୍ବେ ତାଙ୍କର ପତ୍ନୀ ଅନ୍ୟ ପୁରୁସ ସହିତ ଚାଲି ଯାଇଛି ।ସେ ପରିବାର ପ୍ରତିପୋଷଣ କରିବା ପାଇଁ ଏକ ଛୋଟ ଦୋକାନ କରି ସେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ସହ ଦୁଇଜଣ ସନ୍ତାନଙ୍କ ପାଠପଢ଼ାର ଖର୍ଚ୍ଚ ବହନ କରୁଛନ୍ତି। ମୋହନଙ୍କ କହିବା ଅନୁସାରେ ସରକାରଙ୍କ ପକ୍ଷରୁ ତାଙ୍କୁ କେବଳ ୧୫ କିଲୋ ଚାଉଳ ମିଳୁଥିବା ବେଳେ ଭିନ୍ନକ୍ଷମ ଭତ୍ତା ସମେତ ଅନ୍ୟ କୌଣସି ସରକାରୀ ସୁବିଧା ମିଳୁନାହିଁ। ଭିନ୍ନକ୍ଷମ ଭତ୍ତା ପାଇବା ଆଶାରେ ସେ ପ୍ରାୟ ୭ ବର୍ଷ ପୂର୍ବରୁ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଅନଲାଇନରେ ଆବେଦନ କରିଥିବା ବେଳେ ମଧ୍ୟ ଆଜି ପର୍ଯ୍ୟନ୍ତ ସାର୍ଟିଫିକେଟ ପାଇ ନଥିବାରୁ ସେ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ଆର୍ଥିକ ଅନଟନ ମଧ୍ୟରେ ପରିବାର ଚଳାଇବା ସହ ସନ୍ତାନ ମାନଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ତେଣୁ ତୁରନ୍ତ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରିବା ସହ ଭିନ୍ନକ୍ଷମ ଭତ୍ତା ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ମୋହନ ମାଝୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶ୍ରୀ ମାଝୀଙ୍କୁ ସରକାରୀ ସୁବିଧା ଯଥାଶୀଘ୍ର ପ୍ରଦାନ କରିବାକୁ ସାଧରଣରେ ଦାବି ହେଉଛି।
