Odia News Portal

ଲମ୍ବା ସମୟ ପରେ ବଡ଼ ପରଦାକୁ ଫେରିଲେ ଓଲିଉଡର ଭାଇଜାନ୍, ଦେଖିବାକୁ ମିଳିଲା ଜବରଦସ୍ତ କ୍ରେଜ୍

ଓଡ଼ିଶାର ଗଣପର୍ବ ରଜ ସାଙ୍ଗକୁ ଓଲିଉଡର ମେଗାଷ୍ଟାର୍ ଅନୁଭବ ମହାନ୍ତିଙ୍କ ଜବରଦସ୍ତ କମବ୍ୟାକ୍ । ଚଳିତ ରଜ ବଜାରକୁ ସରଗରମ କରି ରିଲିଜ୍ ହୋଇଛି ଅନୁଭବଙ୍କ ବହୁପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଛକିଶୂନ’। ସିନେମା ହଲ୍‌କୁ ମୁକ୍ତିଲାଭ କରିବା ସହିତ ପ୍ରଥମ ଦିନର ପ୍ରିମିୟର ଶୋ’ରେ ଦେଖିବାକୁ ମିଳିଛି ଦର୍ଶକ ଏବଂ ଫ୍ୟାନମାନଙ୍କର ଅସମ୍ଭାଳ ଭିଡ଼ । ଲମ୍ବା ସମୟ ପରେ ଓଲିଉଡର ‘ଭାଇଜାନ୍’ଙ୍କୁ ବଡ଼ ପରଦାରେ ଦେଖି ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ କହିଲେ ନସରେ । ହଲ୍ ବାହାରେ ବାଣ ଫୁଟାଇ, କେକ୍ କାଟି ଏବଂ ପ୍ରିୟ ନାୟକଙ୍କ ପାଇଁ କ୍ରେନ ରେ ବିରାଟ ଫୁଲ ମାଳ ଦେଇ ଫ୍ୟାନ୍ସମାନେ ବେଶ୍ ଧୂମଧାମରେ ସେଲିବ୍ରେଟ୍ କରିଛନ୍ତି ।

ପ୍ରିମିୟର ଶୋ’ ଅବସରରେ ଚଳଚ୍ଚିତ୍ରର ପୂରା ଟିମ୍ ସହିତ ସୁପରଷ୍ଟାର୍ ଅନୁଭବ ମହାନ୍ତି ନିଜେ ହଲ୍‌ରେ ଉପସ୍ଥିତ ରହି ଦର୍ଶକଙ୍କୁ ରଜର ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଦେଇଥିଲେ । ସିନେମା ହଲଗୁଡ଼ିକ ପ୍ରଥମ ଶୋ’ରୁ ହିଁ ହାଉସଫୁଲ୍ ରହିଥିବା ବେଳେ, ‘ଛକିଶୂନ’ର ଦମଦାର ଡାଇଲଗ୍, ଆକ୍ସନ ଏବଂ ଇମୋସନାଲ୍ କାହାଣୀ ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଛି ।ରଜ ମାହୋଲରେ ‘ଛକିଶୂନ’ର ଏହି ବମ୍ପର ଓପନିଂ ଓଲିଉଡ ଇଣ୍ଡଷ୍ଟ୍ରିରେ ପୁଣି ଏକ ନୂଆ ଜୋସ ଆଣିଦେଇଛି, ଯାହା ଆଗାମୀ ଦିନରେ ବକ୍ସ ଅଫିସରେ ଅନେକ ନୂଆ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି ।