ଲୋଭକୁ ସମ୍ଭାଳି ପାରିଲେନି ଥାନା ବାବୁ ତାହା ପୁଣି ଦାମୀ ମୋବାଇଲକୁ ଦେଖି । ମୋବାଇଲ ଫେରସ୍ତ ପାଇଁ ମୋଟ ଅଙ୍କର ଟଙ୍କା ଦାବି କରୁଥିଲେ ଥାନା ବାବୁ । ଅଗ୍ରୀମ ଲାଞ୍ଚ ଭାବରେ 30 ହଜାର ଟଙ୍କା ନେଇଯାଇଥିଲେ ତେବେ ବାକି ଟଙ୍କା ନେଉଥିବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍ । ଏଭଳି ଘଟଣା ଘଟିଛି ଭୁବନେଶ୍ବର ମଞ୍ଚେଶ୍ୱର ଥାନାରେ । ଥାନାର ASI ରାଜେଶ କୁଲ୍ଲୁ ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ତାଙ୍କୁ ଚାକିରିରୁ ବିଦା କରାଯାଇଛି । ଜବତ ଦାମୀ ମୋବାଇଲ୍ ଫୋନ୍ ଫେରସ୍ତ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବୁଧବାର ରାତିରେ ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଛନ୍ତି ମଞ୍ଚେଶ୍ୱର ଥାନା ଏଏସ୍ଆଇ ରାଜେଶ କୁଲୁ ଓ ହୋମଗାର୍ଡ ଡ୍ରାଇଭର ଜ୍ୟୋତି ରଞ୍ଜନ ବେହେରା । ତେବେ ଅନ୍ୟ ଜଣେ ହୋମ୍ଗାର୍ଡ ସର୍ଫରାଜ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି ।ଭିଜିଲାନ୍ସ ଅଧିକାରୀମାନେ ଏହି ୨ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି ।
ସୂଚନା ଗତ ୧୨ ତାରିଖରେ ଏଏସ୍ଆଇଙ୍କୁ ଭେଟି ୩୦ ହଜାର ଟଙ୍କା ଦେଇଥିଲେ । ଏଏସ୍ଆଇ ଗୋଟିଏ ମୋବାଇଲ୍ ଫେରସ୍ତ କରିଥିଲେ । ତେବେ ବାକି ୨୦ ହଜାର ଟଙ୍କା ଦେଲେ ଆଉ ଏକ ମୋବାଇଲ୍ ଦିଆଯିବ ବୋଲି କହିଥିଲେ ଏଏସ୍ଆଇ ରାଜେଶ । ଦୁଇ ଦିନ ହେବ ବ୍ୟକ୍ତ ଜଣଙ୍କ ଆଉ ଏକ ଫୋନ୍ ପାଇଁ ଥାନାକୁ ଧାଉଁଥିଲେ । ହେଲେ ସେମାନେ ଟଙ୍କା ମାଗିଥିଲେ । ଏମିତିକି ୨୦ ହଜାର ଟଙ୍କା ପାଇଁ ଦୁଇ ହୋମ୍ଗାର୍ଡ ମୋବାଇଲ୍ ମାଲିକଙ୍କୁ ବାରମ୍ବାର ଫୋନ୍ କରୁଥିଲେ । ତେବେ ଏନେଇ ସେ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ବିଭାଗକୁ ଯାଇ ଏସ୍ପିଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ୩ ଜଣ ମିଶି ଥାନା ବାହାରେ ୨୦ ହଜାର କେମିକାଲ ବୋଳା ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା
