Odia News Portal

ଦୁଆର ମୁଁହରେ ଚିକିତ୍ସା ସୁବିଧା ଯୋଗାଉଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌, ମେରାମଣ୍ଡଳୀର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା

କଥାରେ  ଅଛି  ସ୍ଵାସ୍ଥ୍ୟ ହିଁ  ସମ୍ପଦ ।  ଗୋଟିଏ ସୁସ୍ଥ ପରିବାର ଏବଂ ସୁସ୍ଥ ଗାଁ ହିଁ ଏକ ସୁଦୃଢ଼ ସମାଜର ମୂଳଦୁଆ । ଏଥିପାଇଁ ଆଗେଇ ଆସିଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ମେରାମଣ୍ଡଳୀ । ‘ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା’ (mPHU) ମାଧ୍ୟମରେ ଆଜି  ଟାଟା ଷ୍ଟିଲ ମେରାମଣ୍ଡଳୀ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳରେ ଲୋକଙ୍କ ଦୁଆର  ମୁଁହରେ  ଚିକିତ୍ସା ସୁବିଧା ପହଞ୍ଚିପାରିଛି ।   ଯାହା ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରି ପାରିଛି ।  ନିୟମିତ ବ୍ୟାବଧାନରେ  ଗାଁ କୁ ଗାଁ  ବୁଲି  ଲୋକମାନଙ୍କୁ ଡାକ୍ତରୀ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ  ସହଯୋଗ କରୁଛି ଟାଟା ଷ୍ଟିଲ ମେରାମଣ୍ଡଳୀ ।

ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା (mPHU)  ଗ୍ରାମବାସୀଙ୍କ ପାଇଁ ଏକ ଚଳନ୍ତି ହସ୍ପିଟାଲ୍ ସାଜିପାରିଛି । ଏଠାରେ ଅଭିଜ୍ଞ ଡାକ୍ତର, ନର୍ସ ଏବଂ ଫାର୍ମାସିଷ୍ଟଙ୍କ ଦ୍ୱାରା ମାଗଣା  ସ୍ବାସ୍ଥ୍ୟ ପରାମର୍ଶ, ରୋଗ ନିରୂପଣ ଏବଂ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ଯୋଗାଇ ଦିଆଯାଉଛି । ୨୦୧୯ ରୁ  ଆଜି ଯାଏଁ  ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ୨ ଟି ବ୍ଲକ୍, ୬ ଟି ଗ୍ରାମ ପଞ୍ଚାୟତର ୨୮ ଟି ଗ୍ରାମରେ ପ୍ରାୟ  ୪୦,୦୦୦ ରୁ ଊର୍ଦ୍ଧ୍ଵ  ଲୋକଙ୍କୁ ସ୍ଵାସ୍ଥ୍ୟ   ସେବା ଯୋଗଇ ଆସୁଛି । ଏହି ଅଭିଯାନ ବିଶେଷ କରି ଅଣ-ସଂକ୍ରାମକ ରୋଗ ଯେପରିକି ହାଇପର ଟେନସନ, ମଧୁମେହ ଏବଂ ରକ୍ତହୀନତା (ଆନିମିଆ) ର ପ୍ରାଥମିକ ଚିହ୍ନଟ ଓ ଏହାର ଉପଯୁକ୍ତ  ଚିକିତ୍ସା ଉପରେ ଗୁରୁତ୍ୱ ଦେଉଛି । ସରକାରୀ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସ୍ଥାନୀୟ ଯୁବ ସଂଗଠନର ସହଯୋଗରେ ଏହି କାର୍ଯ୍ୟକ୍ରମ ବୟସ୍କ , ମହିଳା ଏବଂ ଚାଲି ବୁଲି  ପାରୁନଥିବା ବ୍ୟକ୍ତିଙ୍କ ପାଇଁ ବହୁତ  ସହଯୋଗୀ  ହୋଇପାରିଛି ।