Odia News Portal

ସୁଧାଂଶୁ ଷଡ଼ଙ୍ଗୀ ହେବେ ପରବର୍ତ୍ତୀ ଡିଜିପି!

ବରିଷ୍ଠ ଆଇପିଏସ ଅଫିସର 1990 ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ ରାଜ୍ୟର ପରବର୍ତ୍ତୀ ଡିଜିପି ହେବେ ବୋଲି ନିର୍ଭରଯୋଗ୍ୟ ସୁତ୍ରରୁ ଜଣାପଡ଼ିଛି । ଶ୍ରୀ ଷଡ଼ଙ୍ଗୀ ବର୍ତ୍ତମାନ ଅଗ୍ନୀଶମ ବାହିନୀର ଡିଜି ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା 15 ତାରିଖରେ ବର୍ତ୍ତମାନର ଡିଜିପି ଓ୍ବାଇ. ବି ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଇତି ମଧ୍ୟରେ ରାଜ୍ୟ ସରକାର ଡିଜିପି ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ କିଛି ବରିଷ୍ଠ ଆଇପିଏସ ଅଫିସରଙ୍କ ତାଲିକା ପଠାଇଛନ୍ତି । କେନ୍ଦ୍ର ସରକାର ସେଇ ତାଲିକାରୁ 3 ଜଣଙ୍କ ନାମ ସୁପାରିସ କରିବେ । କେନ୍ଦ୍ରରୁ ଏହି ସୁପାରିସ ମିଳିବା ପରେ ସମ୍ଭବତ ସୁଧାଂଶୁ ଷଡ଼ଙ୍ଗୀ ପରବର୍ତ୍ତୀ ଡିଜିପି ହୋଇପାରନ୍ତି ବୋଲି ସୂଚନା ମିଳୁଛି ।