ରାକ୍ଷୀପୂର୍ଣ୍ଣିମା ଓଡ଼ିଆ ସଂସ୍କୃତିର ଏକ ଲୋକପ୍ରିୟ ପାରମ୍ପରିକ ପର୍ବ । ଏହି ପର୍ବ ଗହ୍ମା ପୂର୍ଣ୍ଣିମା ଦିନ ପାଳନ କରାଯାଇଥାଏ । ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ଭାବେ ପାଳନ କରାଯାଏ । ଏହି ପର୍ବରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏହି ରାକ୍ଷୀ ଦୁହିଁଙ୍କ ସମ୍ପର୍କକୁ ସୁଦୃଢ଼ କରିଥାଏ । ଭାଇ ତାର ଭଉଣିକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ସମସ୍ତ ଭଉଣୀ ମାନଙ୍କ ମଧ୍ୟରେ ଦ୍ୱଦ ଦେଖାଦେଇଛି । କେବେ ଭାଇ ହାତରେ ରାକ୍ଷୀ ବାନ୍ଧିବେ ସେ ନେଇ ଏବେ ଦ୍ୱନ୍ଦରେ ଭଉଣି ୨୭ ନା ୨୮ ତାରିଖ ? କିଛି ଜଣ ୨୭ ତାରିଖକୁ ରାକ୍ଷୀ ପୂର୍ଣ୍ଣମୀ ବୋଲି ମାନୁଥିବା ବେଳେ ଆଉ କିଛି ଜଣ ୨୮ ତାରିଖକୁ ରାକ୍ଷୀ ପୂର୍ଣ୍ଣମୀ ବୋଲି କହୁଛନ୍ତି । କିନ୍ତୁ ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ୨୭ ତାରିଖରେ ରକ୍ଷାବନ୍ଧନ ପାଳନ କରିପାରିବେ । କାରଣ ୨୭ ତାରିଖ ସକାଳ ୯ ଟ। ୭ ମିନିଟରୁ ପୁଣ୍ଣିମା ତିଥି ଆରମ୍ଭ ହେବ । ଏହା ୨୮ ତାରିଖ ସକାଳ ୯ଟା ୪୫ ମିନିଟ ପର୍ଯ୍ୟନ୍ତ ରହିବ । ତେଣୁ ୨୭ ତାରିଖରେ ଘରେ ରକ୍ଷାବନ୍ଧନ ପାଳନ କରିବା ପାଇ ଶୁଭ ବୋଲି ଧରାଯାଉଛି ।
