Odia News Portal

SIR ଆପତ୍ତି ଓ ଅଭିଯୋଗ ଅବଧି ବୃଦ୍ଧି କରିବାକୁ ସିଇଓଙ୍କୁ ବିଜେଡିର ଦାବି

ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ଏସଆଇଆର-୨୦୨୬ର ଆପତ୍ତି ଓ ଅଭିଯୋଗ ଅବଧି ୩୦ ଦିନ ବୃଦ୍ଧି କରିବାକୁ ବିଜେଡିର ଦାବି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲେ ବିଜେଡିର ପ୍ରତିନିଧି ଦଳ । ବିଜେଡିର ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ନାୟକ, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ ଲେନିନ ମହାନ୍ତି, ଡ଼ ପ୍ରିୟବ୍ରତ ମାଝୀ, ଶ୍ରୀ ମିହିର ରାୟ, ଶ୍ରୀ ନାରାୟଣ ଜେନା ଓ ଶ୍ରୀ ନନ୍ଦଲାଲ ସିଂ ପ୍ରମୁଖ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।ବର୍ତ୍ତମାନର ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତି ଯୋଗୁଁ ହଜାର ହଜାର ଭୋଟର, ବିଏଲଏ ଓ ନିର୍ବାଚନ ଅଧିକାରୀଙ୍କ ପାଇଁ ଆବଶ୍ୟକୀୟ ଯାଞ୍ଚ ଓ ଦାଖଲ କାର୍ଯ୍ୟ କରିବା ଅସମ୍ଭବ ହୋଇପଡ଼ିଛି ।  ରାଜ୍ୟର ଅନେକ ଜିଲ୍ଲାରେ ନିରନ୍ତର ପ୍ରବଳ ବର୍ଷା, ବନ୍ୟା, ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ଏବଂ ପରିବାର ସ୍ଥାନାନ୍ତରଣ ଚାଲିଛି । ନିରପେକ୍ଷତା ଓ ନ୍ୟାୟସଙ୍ଗତାକୁ ଦୃଷ୍ଟିରେ ରଖି ଏସଆଇଆର ଦାବି ଓ ଆପତ୍ତି ଦାଖଲ ସମୟସୀମା ଅବଧୀ ବୃଦ୍ଧି ହେବ ଆବଶ୍ୟକ ବୋଲି ବିଜେଡ଼ି ଦାବୀ କରିଛି ।