Odia News Portal

ବ୍ରାଉନସୁଗାର, ଗଞ୍ଜେଇ ଜବତ ଜଣେ ଗିରଫ

ପେଟ ପାଟଣା ପାଇଁ ଗାଁ ଛାଡ଼ିଥିଲେ । ଆଖିରେ ଥିଲା ଭଲ ରୋଜଗାରର ସ୍ୱପ୍ନ । ହେଲେ ୫ ଦିନ ପରେ ଗାଁକୁ ଫେରିଲା ମର ଶରୀର । କୁମୁଲି ପଞ୍ଚାୟତ ଖଙ୍ଗାରଗୁଡ଼ାର ୨୪ ବର୍ଷୀୟ ଦୁର୍ଜନ ଅମନାତ୍ୟ ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ । ଗତ ୧୭ ତାରିଖରେ ହଠାତ୍ ଅସୁସ୍ଥ ହେବାରୁ ପୋନେରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଡ଼ିଓଙ୍କ ସହଯୋଗ ଲୋଡ଼ି ଥିଲେ ଗ୍ରାମବାସୀ।  ପରିବାର ଓ ଗ୍ରାମବାସୀଙ୍କ ଅନୁରୋଧ ପରେ ପ୍ରଶାସନ ଓ ଶ୍ରମ ବିଭାଗର ସହଯୋଗରେ ୫ ଦିନ ପରେ ଦୁର୍ଜନଙ୍କ ମର ଶରୀର ଗାଁକୁ ଫେରିଛି । ଶବ ପହଞ୍ଚିବା ପରେ ଗାଁରେ ଶୋକର ଛାୟା । ଗାଁ ଶ୍ମଶାନ ରେ ଆତ୍ମୀୟ ସୋଜନ ଙ୍କ ଉପସ୍ଥିତି ରେ ସବ ସତ୍କାର ହୋଇଛି ।

ପ୍ରଶାସନ ପକ୍ଷରୁ ଶବ ଗାଁକୁ ଆଣିବାର ବ୍ୟବସ୍ଥା କରାଯାଇଥିଲା । ରେଡକ୍ରସ ପକ୍ଷରୁ ଦୁର୍ଜନଙ୍କ ମା’ଙ୍କୁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି । ଗ୍ରାମବାସୀ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ସରକାରଙ୍କୁ ଦାବି କରିଛନ୍ତି । ଦୁର୍ଜନଙ୍କ ମୃତ୍ୟୁ କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ । ଏହା ଦାଦନ ସମସ୍ୟା ଓ ଗାଁରେ ରୋଜଗାର ଅଭାବର ଚିତ୍ର ଦେଖାଇଛି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ପରିବାରକୁ ସହାୟତା ଦାବି କରିଛନ୍ତି ।