ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀ ବର୍ଦ୍ଧରାଜ୍ ଗାଓଁକର ଓ ସହକାରୀ ବନ ସଂରକ୍ଷକ ଚିତ୍ରସେଣ ଜେନାଙ୍କ ତତ୍ତ୍ଵାବଧାନରେ ଭିତରକନିକା ଜାତୀୟ ଉଦ୍ୟାନ ଓ ଭିତରକନିକା ଅଭୟାରଣ୍ୟ ମଧ୍ୟରେ ଆଜି ଠାରୁ ଦେଶୀୟ ପକ୍ଷୀଙ୍କ ଗଣନା କାର୍ଯ୍ୟ ତିନିଦିନ ଧରି ଆରମ୍ଭ ହେଇଛି।ଏଥିରେ ୪ ଟି ଟିମ୍ ଗଠନ କରାଯାଇଛି । ମଠଆଡିଆ , ଦୁର୍ଗାପ୍ରସାଦ ଡିଆ, ଲକ୍ଷ୍ମୀପ୍ରସାଦ ଡିଆ, ଠାରେ ଗଣନା କାର୍ଯ୍ୟ ଚାଲିଛି,ଏହି ଗଣନା କାର୍ଯ୍ୟରେ ମଠଆଡିଆ ଠାରେ 3 ଟି ଟିମ୍ ନିୟୋଜିତ ହେଉଥିବା ବେଳେ ଦୁର୍ଗାପ୍ରସାଦ ଡିଆ, ଲକ୍ଷ୍ମୀପ୍ରସାଦ ଡିଆ ଠାରେ ଗୋଟିଏ ଟିମ୍ ନିୟୋଜିତ ହେଉଛନ୍ତି. ପ୍ରତି ଟିମ୍ ରେ ପାଞ୍ଚ ଜଣ ଲେଖାଏଁ ଦକ୍ଷ କର୍ମଚାରୀ ଙ୍କୁ ଚୟନ କରାଯାଇଛି .ଏହି ଗଣନା କାର୍ଯ୍ୟରେ ମୁଖ୍ୟତଃ ୧୦ ଟି ପ୍ରଜାତି ର ଯଥା- ଗେଣ୍ଡାଳିଆ, ଦାବେଣ୍ଟିଆ, ଅଞ୍ଜନା, ଖଇରା , ପାଣିକୁଆ, ମଝିଆ ବଗ, ଛୋଟ ବଗ, ରାଣୀ ବଗ, କାପର ଖାଇ, ଅନ୍ଧାରିଆ ବଗ, ଭଳି ଦେଶୀୟ ପକ୍ଷୀ ଙ୍କ ଗଣନା କାର୍ଯ୍ୟ କରାଯାଇଥିବା ନେଇ ବନବିଭାଗ ତରଫରୁ ସୂଚନା ମିଳିଛି
