Odia News Portal

ରିଲିଜ୍ ହେଲା ଓଡିଆ ଚଳଚ୍ଚିତ୍ର ‘ଦଣ୍ଡକାଳୀ’, ପ୍ରଥମ ଦିନରୁ ହାଉସଫୁଲ

ଦର୍ଶକଙ୍କ ଉତ୍କଣ୍ଠାର ଅନ୍ତ ଘଟାଇ ପରଦାକୁ ଆସିଛି ଓଡ଼ିଆ ଚଳଚ୍ଚିତ୍ର ‘ଦଣ୍ଡକାଳୀ’। ଓଡ଼ିଶାର ମାଟିର ବାସ୍ନା ଏବଂ ପରମ୍ପରା କୁ ନେଇ ଗତିଶୀଳ ଏହି କାହାଣୀରେ କଳାକାରମାନଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ଓଡ଼ିଶାର ଲୋକପରମ୍ପରା, ଭକ୍ତି ଓ ଦଣ୍ଡଯାତ୍ରାର ମହିମାକୁ ନେଇ ‘ଦଣ୍ଡକାଳୀ ଗତିଶୀଳ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାର ମହାନ ପରମ୍ପରାକୁ ଚଳଚିତ୍ର ମାଧ୍ୟମରେ ଦେଖି ବେଶ ଭଲପାଇବା ଦେଇଛନ୍ତି ଦର୍ଶକ ।ନ୍ୟାୟ ପ୍ରତିଶୋଧ ଭକ୍ତି ଓ ଦୈବୀ ଶକ୍ତିର ମହିମା ସହ ଜଡିତ ଆସ୍ଥା ଓ ଭକ୍ତିକୁ ସିନେମା ମାଧ୍ୟମରେ ଦର୍ଶାଯାଇଥିବା ବେଳେ ଫିଲ୍ମଟି ପ୍ରେକ୍ଷାଳୟରେ ରିଲିଜ୍ ହେବା ପରେ ଦର୍ଶକଙ୍କ ଭଲପାଇବା ସାଉଣ୍ଟିବାରେ ଲାଗିଛି।ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ, ପ୍ରଯୋଜନା କରିଛନ୍ତି ରାଜଶ୍ରୀ ଘୋଷ ଏବଂ ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ପ୍ରେମ ଆନନ୍ଦ । ଚଳଚ୍ଚିତ୍ରରେ ମହାଶ୍ୱେତା ରାୟ, ସୂର୍ଯ୍ୟମୟୀ ମହାପାତ୍ର, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ଉଦିତ୍ ଗୁରୁ, ଏଲି ପାଢୀ, ତୃପ୍ତି ମୀରାମ୍ବିକା, ଚିତ୍ରସେନ ଘୋଷ, କୃଷ୍ଣ କର, ଉଷସୀ ମିଶ୍ରଙ୍କ ସମେତ ଅନେକ ଅଭିନେତା ନଜର ଆସିଥିବା ବେଳେ ପ୍ରତିଟି ଚରିତ୍ରକୁ ନିଖୁଣ ଭାବେ ପରଦାରେ ଉପସ୍ଥାପନ କରାଯାଇଛି, ଯାହା ଦର୍ଶକଙ୍କୁ ସିଟ୍‌ରେ ବାନ୍ଧି ରଖିବାରେ ସଫଳ ହେଉଛି। ଫିଲ୍ମଟି ରିଲିଜ୍ ହେବା ପରେ ପ୍ରେକ୍ଷାଳୟ ବାହାରେ ଦର୍ଶକଙ୍କ ଉତ୍ସାହ ଦେଖିବାକୁ ମିଳିଛି। ପାରିବାରିକ ମନୋରଞ୍ଜନ ସହିତ ଭାବପ୍ରବଣତା ଏବଂ ଦମ୍‌ଦାର୍ ଡ୍ରାମାର ଏହି ମିଶ୍ରଣ ଓଡ଼ିଆ ସିନେପ୍ରେମୀଙ୍କୁ ବେଶ୍ ପସନ୍ଦ ଆସୁଥିବା ନେଇ ମତ ପ୍ରକାଶ ପାଇଛି।