Odia News Portal

ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଶାନ ଟଙ୍କା

ଚାଷୀଙ୍କ ପାଇଁ ଖୁସୀ ର ଖବର ଆସିଲା ବଡ ଖବର , ଶେଷରେ ଅପେକ୍ଷାର ହେଲା ଅନ୍ତ । ଏବେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା   ।  ପ୍ରଧାନମନ୍ତ୍ରୀ କିଶାନ ସଂମାନ ନିଧିଯୋଜନା ର ୨୪ ତମ କିସ୍ତି ଚାଷୀ ଙ୍କୁ ପ୍ରଦାନ କରାଯାଇଛି ।  ଏହି ଯୋଜନା ଅଧୀନରେ ଦେଶର  ୯ କୋଟି ୩୪ ଲକ୍ଷରୁ ଅଧିକ ଯୋଗ୍ୟ ଚାଷୀ ପରିବାର  ଉପକୃତ ହେବେ ।  ଏଥିପାଇଁ  କେନ୍ଦ୍ର ସରକାର ୧୮ ହଜାର  ୬୯୦ କୋଟି ଟଙ୍କାରୁ ଅଧିକ ଅର୍ଥ ଚାଷୀଙ୍କ ବ୍ଯାଙ୍କ ଖାତାକୁ ସିଧାସଳଖ  ପାଠାଇଛନ୍ତି  ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ବନାସକାଣ୍ଠାରୁ ଏହି କିସ୍ତି ଜାରି କରିଛନ୍ତି । ଏହି ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ଚାଷୀ ପରିବାରକୁ ୨,୦୦୦ ଟଙ୍କା ମିଳିବ। ଏହି ଅର୍ଥ ସିଧାସଳଖ ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି  ।

ବର୍ଷକୁ ମିଳୁଛି ୬ ହଜାର ଟଙ୍କା

ପିଏମ୍‌-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଯୋଗ୍ୟ ଚାଷୀ ପରିବାରକୁ ବର୍ଷକୁ ମୋଟ ୬,୦୦୦ ଟଙ୍କା ଆର୍ଥିକ ସହାୟତା ମିଳୁଛି। ଏହି ଟଙ୍କାକୁ ତିନୋଟି ସମାନ କିସ୍ତିରେ, ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା ହିସାବରେ ପ୍ରଦାନ କରାଯାଉଛି। ଚାଷ କାର୍ଯ୍ୟରେ ଆବଶ୍ୟକ ଖର୍ଚ୍ଚ ପାଇଁ ଚାଷୀମାନଙ୍କୁ ସହାୟତା ଯୋଗାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।

କେମିତି ଯାଞ୍ଚ କରିବେ ଟଙ୍କା ଆସିଛି କି ନାହିଁ?

ଯଦି ଆପଣ ଏହି ଯୋଜନାର ହିତାଧିକାରୀ, ତେବେ ନିଜ ଖାତାକୁ ଟଙ୍କା ଆସିଛି କି ନାହିଁ ଜାଣିବା ପାଇଁ ପିଏମ୍‌-କିଷାନର ଅଫିସିଆଲ୍‌ ୱେବସାଇଟ୍‌କୁ ଯାଆନ୍ତୁ। ସେଠାରେ ‘Know Your Status’ ବିକଳ୍ପ ମାଧ୍ୟମରେ ନିଜର ହିତାଧିକାରୀ ସ୍ଥିତି ଯାଞ୍ଚ କରିପାରିବେ। ପ୍ରଥମତଃ, ହିତାଧିକାରୀଙ୍କ ପାଇଁ ଇ-କେୱାଇସି (e-KYC) ସମ୍ପୂର୍ଣ୍ଣ କରିବା ବାଧ୍ୟତାମୂଳକ। ଦ୍ୱିତୀୟତଃ, ଆଧାର ସଂଯୋଗ, ବ୍ୟାଙ୍କ ଖାତାର ତଥ୍ୟ ଏବଂ ଜମିଜମା ସମ୍ବନ୍ଧୀୟ ରେକର୍ଡ ଠିକ୍‌ ଅଛି କି ନାହିଁ ଯାଞ୍ଚ କରନ୍ତୁ। କୌଣସି ତଥ୍ୟରେ ତ୍ରୁଟି ଥିଲେ ଟଙ୍କା ପାଇବାରେ ବିଳମ୍ବ ହୋଇପାରେ। ତେଣୁ, ଯଦି ଆପଣ ପିଏମ୍‌-କିଷାନ ଯୋଜନାର ହିତାଧିକାରୀ, ତେବେ ନିଜର ହିତାଧିକାରୀ ସ୍ଥିତି ଯାଞ୍ଚ କରନ୍ତୁ ଏବଂ ବ୍ୟାଙ୍କ ଖାତା ଉପରେ ନଜର ରଖନ୍ତୁ।