ଉମରକୋଟ: ନିର୍ମାଣଧୀନ ବ୍ରିଜ୍ ଭୁଶୁଡି ଜଣେ ମୃତ ଏବଂ ୩ ଗୁରୁତର। ଶ୍ରମିକଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବଡକୁମାରୀ ବ୍ଳକ ଅନ୍ତର୍ଗତ ତାଲାପଦର ବ୍ରିଜ କାର୍ଯ୍ୟ ଚାଲୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।ତେବେ ୩ ଜଣ ଗୁରୁତର ପୁରୀ ଜିଲ୍ଲାର ବୋଲି ସୂଚନା ମିଳିଛି।
ଗୁରୁତରମାନେ ହେଲେ ପ୍ରକାଶ ଭୋୟୀ ତାଙ୍କ ବୟସ ୫୦ ବର୍ଷ, ରମେଶ ଭୋୟୀ ତାଙ୍କ ବୟସ ୫୦ ବର୍ଷ ଏବଂ ସନ୍ତୋଷ ଭୋୟୀ, ତାଙ୍କ ବୟସ ୪୫ ବର୍ଷ। ମୃତକ ମହେନ୍ଦ୍ର ମାଳୀ ନବରଙ୍ଗପୁର ରାଇଘର ବ୍ଳକର ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛନ୍ତି। ତେବେ ଘଟଣାରେ ମୃତାହତ ସଂଖ୍ୟା ବୃଦ୍ଧି ପାଇପାରେ ।