Odia News Portal

ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ପୋଲିସ ଓ ଛାତ୍ର କଂଗ୍ରେସ ଧସ୍ତାଧସ୍ତି | ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ସମୟରେ ପୋଲିସ ଓ ଛାତ୍ର କଂଗ୍ରେସ ଧସ୍ତାଧସ୍ତି । ପୋଲିସ ବ୍ୟାରିକେଡ ସାହାଯ୍ୟରେ ଅଟକାଇବାକୁ ଉଦ୍ୟମ କରିଥିବା ସମୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ପଦଯାତ୍ରା ବାହାରି ଲୋକସେବା ଭବନ ଘେରାଉ ପାଇଁ ଯାଉଥିବା ବେଳେ ପୋଲିସ ଗାନ୍ଧୀ ମାର୍ଗରେ ଏମାନଙ୍କୁ ଅଟକାଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।ତେବେ କଂଗ୍ରେସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ ।

ତେବେ ଆଜିର ଓଡିଶା ବନ୍ଦରେ ଯଥାଶୀଘ୍ର ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ଦାବି କରିଛି କଂଗ୍ରେସ । ଯେତେ ପର୍ଯ୍ୟନ୍ତ ତୈଳ ଦର କମ ନକରାଯାଇଛି ,ସେତେବେଳ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହଯାଇଛି ।