Odia News Portal

ଇକୋ-ରିଟ୍ରିଟରେ ଅଗ୍ନିକାଣ୍ଡ,୩ ଟେଣ୍ଟ ପାଉଁଶ

ଅଳ୍ପକେ ବର୍ତିଲେ ଆଇପିଏସ ସଞ୍ଜୀବ ପଣ୍ଡା ଓ ସହଯୋଗୀ

ନରସିଂହପୁର: ସାତକୋଶିଆ ଇକୋ-ରିଟ୍ରିଟରେ ଅଗ୍ନିକାଣ୍ଡ ।ସାତକୋଶିଆ ଇକୋ-ରିଟ୍ରିଟରେ ଭୋର ୫ଟା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଉ ଏହି ଅଗ୍ନିକାଣ୍ଡ ୩ଟି ଟେଣ୍ଟ ଜଳି ଯାଇଥିବା ସୂଚନାରୁ ଜଣାପଡିଛି ।

ସୂଚନା ଅନୁଯାୟୀ, ନରସିଂହପୁର ସାତ କୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ । ଭୋର ୫ଟା ସମୟରେ ଘଟିଛି ଏହି ଅଗ୍ନିକାଣ୍ଡ । ନିଆଁର ପ୍ରକୋପରେ ୩ଟି ଟେଣ୍ଟ ସମ୍ପୁର୍ଣ୍ଣ ଜଳିଯାଇଛି । ଅଳ୍ପକେ ବର୍ତିଯାଇଛନ୍ତି ଆଇପିଏସ ସଞ୍ଜୀବ ପଣ୍ଡା ଓ ତାଙ୍କ ସହଯୋଗୀ । ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ବିଷୟରେ ଜଣାଇଲେ ସଞ୍ଜୀବ ପଣ୍ଡା । ସୁରକ୍ଷିତ ଭାବେ ବାହାରିଥିବା ସୂଚନା ଦେଇଛନ୍ତି ।କଟେଜରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ କାହାରି କୌଣସି କ୍ଷତି ହୋଇନଥିବା ସୂଚନା ଦେଇଛନ୍ତି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଛି । ତେବେ କୌଣସି ଧନଜୀବନ ହାନୀ ହୋଇ ନଥିବା ସୂଚନା ମିଳିଛି । ନିଆଁ ଲାଗିବା ସମୟରେ ସମସ୍ତଙ୍କୁ ସୁରକ୍ଷିତ ଭାବେରେ ବାହାରକୁ ବାହାର କରାଯାଇଥିଲା । ତେବେ ଘଟଣା ସମ୍ପର୍କରେ ଟ୍ୱିଟ କରି ଟ୍ରାନ୍ସଫର୍ଟ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଥିଲେ ।