Odia News Portal

ଗଞ୍ଜାମ ପର୍ଯ୍ୟଟନସ୍ଥଳୀରେ କଟକଣା:୨ ବନ୍ଦ ରହିବ ବେଳାଭୂମି

ମା ତାରା ତାରିଣୀ ମନ୍ଦିର ବୁଧବାର ବନ୍ଦ |

ଗଞ୍ଜାମ: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମରେ କରୋନା ସଂକ୍ରମଣ ରୋକିବାକୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଉପରେ ଲାଗିଛି କଟକଣା । ଜିଲ୍ଲାରେ ଥିବା ଗୋପାଳପୁର ଓ ସୋନପୁର ବେଳାଭୂମିକୁ ପ୍ରତ୍ୟେକ ଶନିବାର ଓ ରବିବାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ଗୋପାଳପୁର ଓ ସୁନାପୁର ସମୁଦ୍ର ବେଳାଭୂମୀରେ ଭିଡ ହେଉଛି । ଭିଡ କମାଇବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି । ସେହିପରି ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ସୋମବାର ଦିନ ବନ୍ଦ ରହିବାକୁ ନିଷ୍ପତ୍ତି ହୋଇଛି । କେବଳ ସେତିକି ନୁହେଁ ମା ତାରା ତାରିଣୀ ମନ୍ଦିର ମଧ୍ୟ ବୁଧବାର ବନ୍ଦ ରହିବ ।