Odia News Portal

ଭିଜିଲାନ୍ସ ପଞ୍ଝାରେ ଟିଡିସିସି ଜିଲ୍ଲା ପରିଚାଳକ

ସୁନ୍ଦରଗଡ଼: ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମର(ଟିଡିସିସି) ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି । ଆଜି ସକାଳୁ ସେ ଏକ କାରରେ ୧୯ ଲକ୍ଷ ଟଙ୍କା ନେଇ ସୁନ୍ଦରଗଡ଼ରୁ ଯାଉଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ସେ କେଉଁଠିକୁ ଟଙ୍କା ନେଇ ଯାଉଥିଲେ ଏବଂ କେଉଁଠୁ ଏତେ ପରିମାଣର ଟଙ୍କା ଆଣିଲେ କହିନାହାନ୍ତି । ତେବେ କୌଣସି ସନ୍ତେଜନକ ଉତ୍ତର ଦେଇନଥିବା ସୂଚନା ମିଳିଛି । ତାଙ୍କୁ ଭିଜିଲାନ୍ସ ଅଫିସକୁ ଆଣି ଅଧିକ ପଚରାଉଚରା କରାଯାଉଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୂଜାରୀ ।