Odia News Portal

WTC ଲାଗି ପ୍ରକାଶ ପାଇଲା ୧୧ ଜଣିଆଁ ସାମ୍ଭବ୍ୟ ଦଳ

ସାଉଥମ୍ପଟନ୍‌: ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଖେଳାଯିବ । ଏଥିଲାଗି ସାମ୍ଭବ୍ୟ ୧୧ ଜଣିଆଁ ଟିମ ଘୋଷଣା କରିଛି ବିସିସିଆଇ । ତେବେ ଏହି ୧୧ ଜଣିଆଁ ଟିମରେ ରହିଛନ୍ତି ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି , ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ଥ,ଆର. ଅଶ୍ୱିନୀ, ରବିନ୍ଦ୍ର ଜାଡେଜା,ଜଶପ୍ରିତ୍ ବୁମ୍ରା, ଇଶାନ୍ତ ଶର୍ମା, ମହମ୍ମଦ ସାମି ।


ଆସନ୍ତାକାଲି ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ । ଭାରତୀୟ ଖେଳାଳୀମାନେ ଏଥିଲାଗି ପ୍ରସ୍ତୁତ ହୋଇଛନ୍ତି । ବିସିସିଆଇ ଆଜି ୧୧ ଜଣିଆଁ ସାମ୍ଭବ୍ୟ ଦଳ ଘୋଷଣା କରିଛି ।