Odia News Portal

ଦେଶରେ ୬ଟି ଡେଲଟା ପ୍ଲସ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ୬ଟି ଡେଲ୍ଟା ପ୍ଲସ ମାମଲା ଚିହ୍ନଟ ହୋଇଛି।ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଡେଲ୍ଟା ପ୍ଲସ ଚିହ୍ନଟ ହୋଇଛି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ) ନିର୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ଆଇସିଏମଆର ରିପୋର୍ଟ ଅନୁସାରେ ୦.୦୪% ପ୍ରଥମ ଡୋଜ ପରେ ସଂକ୍ରମିତ ହୋଇଥିବାବେଳେ ଦ୍ବିତୀୟ ଡୋଜ ନେବା ପରେ ୦.୦୩% ସଂକ୍ରମିତ ହେଉଛନ୍ତି ବୋଲି ଆଇଏଲଏସ ନିର୍ଦେଶକ ଅଜୟ ପରିଡ଼ା ପ୍ରକାଶ କରିଛନ୍ତି।