Odia News Portal

ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ଖୋଲିବ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଖୋଲଯିବା ନେଇ ସୂଚନା ଦେଇଛନ୍ତି । ସମସ୍ତ ସରକାରୀ ସ୍କୁଲ ଏବଂ ବେସରକାରୀ ସ୍କୁଲ ଖୋଲଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ଫର୍ମ ଫିଲପ କରିଥିବା ଛାତ୍ର ଛାତ୍ରୀମାନେ ପରୀକ୍ଷା ଦେବାକୁ ଥିବା ବେଳେ ଗଣଶିକ୍ଷା ସଚିବ କହିଛନ୍ତି କି, କରୋନା କଟକଣାକୁ ମାନି ପରୀକ୍ଷା ହେବ । ଯିଏ ଗାଇଡ ଲାଇନ ନମାନିବେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।