ବାଲେଶ୍ୱର: ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ । ଖୋଲୁଛି ଗୋଟିଏ ପରେ ପରେ ଗୋଟିଏ ଗୁମର । ଏହାରି ଭିତରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌମ୍ୟଙ୍କ ମା କହିଛନ୍ତି କି, ବୋହୂର ଡିଏଫଓଙ୍କ ସହ ସମ୍ପର୍କ ଥିଲା । ସେ ମୋ ପୁଅ ସହ ଏଗ୍ରିମେଣ୍ଟ କରିଥିଲା । ବର୍ଷେ ପର୍ଯ୍ୟନ୍ତ ସେମାନଙ୍କର କୌଣସି ସମ୍ପର୍କ ନରହିବାକୁ କରାଯାଇଥିଲା ଏଗ୍ରିମେଣ୍ଟ । ଯେଉଁକାରଣରୁ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟ ଲାଗି ରହୁଥିଲା କଳହ । ଏପରିକି ଦିନେ ରାତିରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ବେଳେ ବୋହୂ ରାଗି ଶଙ୍ଖା, ଚୁଡ଼ି ଭାଙ୍ଗିବା ସହ ମୁଣ୍ଡରୁ ସିନ୍ଦୂର ପୋଛି କେଉଁଆଡ଼େ ଚାଲି ଯାଇଥିଲା। ଏହାପରେ ପୁଅ ବହୁ ଖୋଜାଖୋଜି କରିବା ପରେ ଡିଏଫଓଙ୍କ ବାସଭବନରେ ବୋହୂ ଥିବା ଦେଖିବାକୁ ପାଇଥିଲା।
ସୌମ୍ୟଙ୍କୁ ବିଭିନ୍ନ ସମୟରେ ଡ୍ୟୁଟି ବାହାନାରେ ବାହାରକୁ ପଠାଯିବା, ତାଙ୍କ ଅନୁପସ୍ଥିତିରେ ଡିଏଫ୍ଓ ତାଙ୍କ ଘରକୁ ଯାଆସ କରୁଥିବା ଯୋଗୁଁ ବିବାହର ୩ ମାସ ପର ଠାରୁ ସୌମ୍ୟ ସର୍ବଦା ମାନସିକ ଚାପରେ ରହୁଥିଲେ। ଗଣମାଧ୍ୟମ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସୌମ୍ୟଙ୍କ ଘନିଷ୍ଠ ବନ୍ଧୁ ଶୁଭାଶିଷ ଜେନା । ଫଳରେ ଏସିଏଫ୍ ପୋଡି ପ୍ରାଣ ହରାଇବା ଘଟଣାରେ ଡିଏଫ୍ଓଙ୍କ ସମ୍ପୃକ୍ତି ନେଇ ସନ୍ଦେହ ଘନୀଭୂତ ହୋଇଛି ।
 
						 
			
