Odia News Portal

ପାଣିରେ ବୁଡ଼ିଲା ମୁମ୍ବାଇ ସହର

ମୁମ୍ବାଇ: ପାଣି ପାଣି ମୁମ୍ବାଇ । ପ୍ରଅବଳ ବର୍ଷାରେ ବେହାଲ ମୁମ୍ବାଇ । ରାତିସାରା ପ୍ରବଳ ବର୍ଷା ହେବା କାରଣରୁ ଗୁରୁବାର ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ରହିଛି। ରେଳ ଧାରଣା ପାଣିରେ ବୁଡ଼ି ରହିଥିବାରୁ ଉମ୍ବରମାଲି ଏବଂ କସାରା ମଧ୍ୟରେ ମୁମ୍ବଇ ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି।

କେନ୍ଦ୍ରୀୟ ରେଳବାଇ ମୁଖ୍ୟ ଲୋକସଂପର୍କ ଅଧିକାରୀଙ୍କ କହିବାନୁସାରେ, ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ପାଣିରେ ବୁଡ଼ିଯିବା କାରଣରୁ ଉମ୍ବରମାଲି ରେଳ ଷ୍ଟେସନ ଏବଂ କସାରା ମଧ୍ୟରେ ଲୋକାଲ ଟ୍ରେନ୍ ସେବା ବନ୍ଦ ହୋଇଯାଇଛି। ସେ ଆହୁରି କହିଛନ୍ତି ଯେ, ଜଳସ୍ତର ଯୋଗୁଁ ଇଗତପୁରିଆ ଏବଂ ଖର୍ଦି ମଧ୍ୟରେ ଟ୍ରେନ୍ ସେବା ସାମୟିକ ଭାବେ ବନ୍ଦ ହୋଇଯାଇଛି।