Odia News Portal

ଇସ୍ତଫା ଦେଲେ ମୋଦିଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ: ଅମରଜିତ ସିହ୍ନା ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଇସ୍ତଫା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ଅମରଜିତ ହେଉଛନ୍ତି ୧୯୮୩ ବିହାର କାଡରର ଜଣେ ଆଇଏସ ଅପାର।
ଗତବର୍ଷ ଫେବୃୟାରୀ ମାସରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ଅମରଜିତଙ୍କୁ ମିଶାଇଲେ ଚଳିତ ବର୍ଷ ଏହା ଦ୍ଵିତୀୟ ଇସ୍ତଫା ହେବ । କାରଣ ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ସିହ୍ନା ଇସ୍ତଫା ଦେଇଥିଲେ ।

ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେବା ପରେ ତାଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା । ତିନି ଦଶକର କ୍ୟାରିୟର ବାବଦରେ କହିବାକୁ ଗଲେ ସିହ୍ନା ଶିକ୍ଷା ଓ ପଞ୍ଚାୟତିରାଜ ମନ୍ତ୍ରାଳୟ ର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥିଲେ । ତାଙ୍କର ନ୍ୟାସନାଲ ରୁରାଲ ହେଲଥ ମିଶନ ଓ ସର୍ବଶିକ୍ଷା ଅଭିଯାନ ଭଳି ଯୋଜନାରେ ତାଙ୍କର ପ୍ରମୁଖ ଭୂମିକା ଥିଲା।