Odia News Portal

ତାଲିବାନର ଅଫିସିଆଲ ୱେବସାଇଟ୍ ଗାଏବ୍

କାବୁଲ: ଆଫାଗାନିସ୍ତାନରେ ତାଲିବାନ ଦଖଲ କରିବା ପରେ ଏବେ ସାରା ବିଶ୍ୱରେ ସେହି ଗୋଟିଏ ଚର୍ଚ୍ଚା । ଇଣ୍ଟରନେଟ ହେଉ ବା ଖବରକାଗଜ ସବୁଠି କେବଳ ତାଲିବାନ । ତେବେ ଏହାରି ଭିତରେ ଆସିଛି ଏଭଳି ଏକ ଖବର । ଆଫଗାନିସ୍ତାନରେ ତାଲିବାନ କ୍ଷମତା ହାସଲ କରିବା ପରେ ତା’ର ଅଫିସିଆଲ ୱେବସାଇଟ୍ ଶୁକ୍ରବାର ବିଳମ୍ବିତ ରାତିରେ ଇଣ୍ଟରନେଟ୍ରୁ କେଉଁଆଡ଼େ ଗାଏବ ହୋଇଯାଇଛି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ତାଲିବାନ ପାଶ୍ତୋ ଦାରି, ଆରବୀ, ଊର୍ଦ୍ଦୁ ଏବଂ ଇଂରାଜୀରେ ଓ୍ବେବ୍ସାଇଟ ପରିଚାଳନା କରିଥାଏ। ଏହି ସମସ୍ତ ୱେବସାଇଟ୍ ଏବେ ଅଚଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି।