ଭୁବନେଶ୍ୱର: ଚଳିତ ମାସ ୬ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସୂଚନା ଦେଇଛନ୍ତି । ଏନେଇ ସେ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିବା ସହିତ ଏସ୍ଓପି ଜାରି କରିଛନ୍ତି । କରୋନ ସଂକ୍ରମଣ ଯେପରି ଶିକ୍ଷାଦାନ ପରିବେଶରେ ନବ୍ୟାପୁ ସେ ନେଇ କୋଭିଡ୍ ଗାଇଡଲାଇନ୍କୁ କଡ଼ାକଡ଼ି କରାଯାଇଛି । ଚଳିତ ମାସ ୫ରୁ ହଷ୍ଟେଲ୍ ଖୋଲିବା ନେଇ ନିର୍ଦ୍ଦେଶ ଦିଆଯାଇଛି । କ୍ଲାସ୍ ରୁମ୍ରେ ଗହଳି କମାଇବା ସକାଶେ ବିଭିନ୍ନ ବ୍ୟାଚ୍ କରି ଅଧିକ ସମୟ ଶିକ୍ଷାଦାନ କରିବାକୁ କୁହାଯାଇଛି । ଯଦି କୌଣସି କାରଣ ପାଇଁ ଛାତ୍ରଛାତ୍ରୀ ଅନୁପସ୍ଥିତ ରହୁଛନ୍ତି, ତେବେ କ୍ଲାସ୍ରେ ପଢ଼ାଯାଉଥିବା ପାଠକୁ ରେକର୍ଡ କରାଯାଇ ସେମାନଙ୍କୁ ପଠାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ସୂଚନା ଥାଉଯେ, ଏବେ ରାଜ୍ୟରେ ଇଞ୍ଜିନିୟରିଂ, ଏମ୍ବିଏ, ଏମ୍ସିଏ ଓ ଫାର୍ମାସି ପାଠ୍ୟକ୍ରମକୁ ମିଶାଇ ପ୍ରାୟ ୨୦୦ ଶିକ୍ଷାନୁଷ୍ଠାନ ରହିଛି । ସେହିପରି ଆଇଟିଆଇ ଓ ଡିପ୍ଲୋମାରେ ଆଉ ୧୫୦ଟି ଶିକ୍ଷାନୁଷ୍ଠାନ ସାମିଲ କରାଯାଇଛି । ଏହି ସବୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ଲକ୍ଷେ ଉପରକୁ ରହିବ ।
Sign in
Sign in
Recover your password.
A password will be e-mailed to you.