Odia News Portal

୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ କୁଟିଛି । ଲଘୁଚାପ ପ୍ରଭାବରେ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏହା ଫଳରେ ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତିରେ କିଛିଟା ସୁଧାର ଆସିଛି । ତଥାପି ରାଜ୍ୟର ୯ଟି ଜିଲ୍ଲାରେ ଏବେ ବି ବର୍ଷା ନିଅଣ୍ଟ ରହିଛି ପାଣିପାଗ ବିଭାଗ ପକ୍ଷରୁ ଜାରି ତଥ୍ୟରୁ ଜଣାପଡ଼ିଛି ।ସାରା ରାଜ୍ୟରେ ହାରାହାରି ୯୩୨.୫ ମିଲିମିଟର ବର୍ଷା ହୋଇଥିବାବେଳେ ନିଅଣ୍ଟ ପରିମାଣ ହ୍ରାସ ପାଇ ୧୨ ପ୍ରତିଶତରେ ପହଞ୍ଚିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ରାଜ୍ୟର ଭଦ୍ରକ,ଯାଜପୁର,କେନ୍ଦୁଝର, ଦେବଗଡ଼,ସମ୍ବଲପୁର,ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁରରେ ଏବେ ବି ବର୍ଷା ନିଅଣ୍ଟ ରହିଛି । ଏସବୁ ଜିଲ୍ଲାରେ ନିଅଣ୍ଟ ପରିମାଣ ୨୨ ପ୍ରତିଶତରୁ ୩୧ ପ୍ରତିଶତ ମଧ୍ୟରେ ରହିଛି ।ଅନ୍ୟପକ୍ଷରେ ରାଜ୍ୟର ଦୁଇଟି ଜିଲ୍ଲା ପୁରୀ ଓ ଜଗତସିଂହପୁରରେ ବଳକା ବର୍ଷା ହୋଇଛି । ପୁରୀରେ ୧୧୬୧ ମିଲିମିଟର ବର୍ଷା ସହ ୨୮ ପ୍ରତିଶତ ବଳକା ବର୍ଷା ହୋଇଥିବାବେଳେ ଗଜତସିଂହପୁରରେ ୧୩୦୫ ମିଲିମିଟର ବର୍ଷା ସହ ୩୨ ପ୍ରତିଶତ ବଳକା ବର୍ଷା ହୋଇଛି ।