Odia News Portal

ପାର୍ଥିବ ପଟେଲଙ୍କ ପିତୃ ବିୟୋଗ

ନୂଆଦିଲ୍ଲୀ: କ୍ରୀଡ଼ାପ୍ରେମୀଙ୍କ ଲାଗି ଦୁଃଖ ଖବର । ପୂର୍ବତନ ଭାରତୀୟ ୱିକେଟ କିପର ପାର୍ଥିବ ପଟେଲଙ୍କ ବାପାଙ୍କ ରବିବାର ଦେହାନ୍ତ ଘଟିଛି। ପାର୍ଥିବ ଟୁଇଟ୍ କରି ପ୍ରଶଂସକମାନଙ୍କୁ ଏହି ଖବର ବିଷୟରେ ଜଣାଇଥିଲେ। ସେ କହିଛନ୍ତି ଯେ, ମୋର ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲଙ୍କ ସେପ୍ଟେମ୍ବର ୨୬ରେ ଦେହାନ୍ତ ହୋଇଛି। ସେ ପ୍ରଶଂସକମାନଙ୍କୁ ତାଙ୍କ ବାପାଙ୍କୁ ପ୍ରାର୍ଥନାରେ ମନେ ରଖିବାକୁ କହିଥିଲେ। ପାର୍ଥିବ ପାଇଁ ଗତ ୨ ବର୍ଷ ଅତ୍ୟନ୍ତ କଷ୍ଟକର ସମୟ। ୨୦୧୯ରେ ପାର୍ଥିବ ପଟେଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଂଶ ହୋଇଥିଲେ, ତାଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସେହି ସମୟରେ ତାଙ୍କ ବ୍ରେନ୍ ହାମ୍ରେଜ୍ ସହିତ ଲଢୁଥିଲେ ଏବଂ ତାଙ୍କୁ ଆଇସିୟୁରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ଏନେଇ ପାର୍ଥିବ ବହୁତ ଚିନ୍ତିତ ଥିଲେ। ବାପାଙ୍କ ମୃତ୍ୟୁ ଖବର ଦେବାବେଳେ ମଧ୍ୟ ସେ ଖରାପ ଭାଙ୍ଗି ପଡିଥିବାର ଦେଖାଯାଉଥିଲା।