Odia News Portal

ପାର୍ବଣକୁ ଦୃଷ୍ଟିରେ ରଖି ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ପାର୍ବଣ ବେଳେ ଭିଡ ହେଲେ ସଂକ୍ରମଣର ଆଶଙ୍କା ରହିଛି। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହ୍ରାସ ହେଉଥିଲେ ମଧ୍ୟ ଭୟ ଯାଇନାହିଁ। ଅଧିକ ସମୟ ବାହାରେ ଏକାଠି ହେଲେ ସଂକ୍ରମଣ ବଢିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଘରୁ ବାହାରିବା ଉଚିତ ନୁହେଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସଜାଗ ରହିଲେ କୋରୋନାକୁ ପ୍ରତିହତ କରିହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। କୋଭିଡ ସଂକ୍ରମଣରେ ମସ୍ତିଷ୍କ ଓ ଫୁସଫୁସ ଉପରେ ଅଧିକ ପ୍ରଭାବ ପଡିଥାଏ। ଯିଏ ଟିକା ନେଉନାହାନ୍ତି, ତାଙ୍କର ଅଧିକ କ୍ଷତି ହେଉଛି। ଟିକା ନେବା ପରେ ଗୁରୁତର ହେବାର ଆଶଙ୍କା କମ୍ ରହୁଛି ବୋଲି ସେ କହିଛନ୍ତି।